ନୂଆଦିଲ୍ଲୀ : ରାଜଧାନୀର ଦୁଇଟି ପ୍ରମୁଖ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଚାଣକ୍ୟପୁରୀ ସ୍ଥିତ ଏକ ନେଭି ସ୍କୁଲ ଏବଂ ଦ୍ବାରକା ସ୍ଥିତ ଏକ ସିଆରପିଏଫ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଧମକ ସକାଳ ୭.୩୦ ମିନିଟରେ ଆସିଛି । ଦିଲ୍ଲୀ ପୋଲିସ ୮.୩୦ରେ ସୂଚନା ପାଇ ପିସିଆର କଲ୍ ମାଧ୍ୟମରେ ଦେଇଛି । ସ୍କୁଲ ପରିସରରେ ଦିଲ୍ଲୀ ପୋଲିସର ବୋମା ସ୍କ୍ବାର୍ଡ, ଡଗ୍ ସ୍କ୍ବାର୍ଡ, ସାଇବର ଏକ୍ସପର୍ଟ ଟିମ୍ ଏବଂ ସ୍ପେଶାଲ ଷ୍ଟାଫ ଟିମ୍ ଉପସ୍ଥିତ ରହିଛି । ତେବେ ସ୍କୁଲରୁ ଏଯାଏଁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ ।ବୋମା ଧମକ ମିଳିବା ପରେ ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ଭୟଭୀତ ହୋଇପଡିଛନ୍ତି । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।
Views: 66











