ଆନ୍ଧ୍ର ପ୍ରଦେଶ : ଆମ୍ବ ଭର୍ତ୍ତି ଟ୍ରକ ଓଲଟିବା ଯୋଗୁଁ ୯ ଜଣ ଶ୍ରମିକଙ୍କ ଜୀବନ ଗଲା । ଅନ୍ୟ ୧୦ ଜଣ ।ହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆନ୍ଧ୍ର ପ୍ରଦେଶର ଅନ୍ନମୟା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ୫ ମହିଳା ସାମିଲ ରହିଛନ୍ତି । ଆହତଙ୍କୁ ରାଜମପେଟ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଦୁର୍ଘଟଣା ପୁଲ୍ଲମପେଟା ମଣ୍ଡଳ ରେଡ୍ଡୀ ଚେରୁବୁ କଟ୍ଟାରେ ହୋଇଛି । ଆମ୍ବ ଭର୍ତ୍ତି ଟ୍ରକଟି ଓଲଟି ପଡିବା ଯୋଗୁଁ ଏହା ଉପରେ ବସିଥିବା ଶ୍ରମିକ ଆମ୍ବ ତଳେ ଚାପି ହୋଇଯାଇଥିଲେ । ଫଳରେ ସେମାନଙ୍କର ଜୀବନ ଚାଲିଯାଇଥିଲା ବୋଲି ପୋଲିସ କହିଛି । ଏହି ଘଟଣାରେ ଟ୍ରକ ଚାଳକଙ୍କ ଜୀବନ ବଞ୍ଚିଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସହାୟତାରେ ଉଦ୍ଧାର କାର୍ୟ୍ୟ କରିଥିଲେ ।ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଶୋକ ବ୍ୟକ୍ତ କରିବା ସହିତ ଆହତଙ୍କୁ ଚିକିତ୍ସା ଏବଂ ମୃତକଙ୍କ ପରିବାରକୁ ସହାୟତା ରାଶି ଦେବାକୁ ଦାବି କରିଛନ୍ତି ।
Views: 89











