The Ultimate Managed Hosting Platform
ADVERTISEMENT

ଲଣ୍ଡନରେ ବିମାନ ଦୁର୍ଘଟଣା ,ଉଡାଣର କିଛି ସମୟ ଭିତରେ ଜଳିଗଲା

Facebook
Twitter
LinkedIn

ନୂଆଦିଲ୍ଲୀ : ଲଣ୍ଡନ ସାଉଥଏଣ୍ଡ ଏୟାରପୋର୍ଟରେ ବିମାନ ଦୁର୍ଘଟଣା । ବିଚକ୍ରାଫ୍ ବି୨୦୦ ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା । ଉଡାଣର କିଛି ସମୟ ଭିତରେ ଜଳିଗଲା ଛୋଟ ବିମାନ । ମୃତାହତଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ଆସିପାରିନାହିଁ । ଯାହା ନେଦରଲ୍ୟାଣ୍ଡର ଲେଲିଷ୍ଟାଡକୁ ଉଡ଼ାଣ କରିବାକୁ ଥିଲା । ଫ୍ଲାଇଟ୍ରାଡାରର ଫ୍ଲାଇଟ୍ ରିପୋର୍ଟ ଅନୁଯାୟୀ, ରନୱେରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସମୟରେ ବିମାନରେ କେତେ ଲୋକ ଥିଲେ ତାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ ।
ଏଥି ସହ ଜାଣିରଖନ୍ତୁ ଯେ, ବିମାନବନ୍ଦର ନିକଟରେ ଉପସ୍ଥିତ ଲୋକମାନେ କହିଛନ୍ତି ଯେ ଏକ ବିରାଟ ବିସ୍ଫୋରଣ ପରେ ଏକ ବିରାଟ ଅଗ୍ନିକାଣ୍ଡ ଏବଂ ଧୂଆଁର ଛାୟା ଖେଳିଯାଇଥିଲା । ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏଥି ସହ ଏସେକ୍ସ ପୋଲିସ କହିଛି ଯେ, ‘‘ଆମକୁ ଅପରାହ୍ନ ୪ଟା ପୂର୍ବରୁ ୧୨ ମିଟର ଲମ୍ବା ବିମାନ ଧକ୍କା ହୋଇଥିବା ରିପୋର୍ଟ ମିଳିଥିଲାଟ୍ଟ ଆମେ ଘଟଣାସ୍ଥଳରେ ସମସ୍ତ ଜରୁରୀକାଳୀନ ସେବା ସହିତ ଘନିଷ୍ଠ ଭାବରେ କାର୍ୟ୍ୟ କରୁଛୁ, ଏବଂ ଏହି କାମ କିଛି ଘଣ୍ଟା ପର୍ୟ୍ୟନ୍ତ ଜାରି ରହିବ ।’’ ସାଉଥଏଣ୍ଡ ୱେଷ୍ଟ ଏବଂ ଲେ’ର ପ୍ରତିନିଧିତ୍ୱ କରୁଥିବା ସ୍ଥାନୀୟ ସାଂସଦ ଡେଭିଡ୍ ବର୍ଟନ୍-ସାମ୍ପସନ୍ ଏହି ଘଟଣା ଉପରେ ଚିନ୍ତା ପ୍ରକାଶ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ, “ମୁଁ ସାଉଥଏଣ୍ଡ ବିମାନବନ୍ଦରରେ ଘଟିଥିବା ଘଟଣା ବିଷୟରେ ଅବଗତ । ଦୟାକରି ଦୂରରେ ରୁହନ୍ତୁ ଏବଂ ଜରୁରୀକାଳୀନ ସେବାଗୁଡ଼ିକୁ ସେମାନଙ୍କର କାମ କରିବାକୁ ଦିଅନ୍ତୁ । ମୋର ସମବେଦନା ସମସ୍ତଙ୍କ ସହିତ ।’’

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login