ଭବାନୀପାଟଣା : ମହଙ୍ଗା ପଡିଲା ସାଦା ପୋଷାକରେ ଚଢ଼ାଉ । ଗଞ୍ଜେଇ ମାଫିଆକୁ ଧରିବାକୁ ଆସି ପୋଲିସ ହଟହଟ୍ଟା । ଚୋର ସନ୍ଦେହରେ ନିସ୍ତୁକ ପିଟିଲେ ଗାଁ ଲୋକ । କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ଟୋଲଗେଟ ନିକଟରେ କଳାହାଣ୍ଡି ପୋଲିସର ଦୁଇ କର୍ମଚାରୀ ଓ ଜଣେ ଡ୍ରାଇଭରକୁ ଅପହରଣକାରୀ ସନ୍ଦେହରେ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ବାସିନ୍ଦା । ତୁମୁଡ଼ିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଦୁଇ ପୋଲିସ କର୍ମଚାରୀ ଓ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରମପାଙ୍ଗା ପଞ୍ଚାୟତର ଡୁଙ୍ଗେରୀ ଗାଁର ଜଣେ ଯୁବକକୁ ଗିରଫ କରିବା ପାଇଁ କଳାହାଣ୍ଡି ପୋଲିସ ସେଠାକୁ ଯାଇଥିଲା । ତେବେ ପୋଲିସ କବଳରୁ ଯୁବକ ଜଣକ ଖସି ଦୌଡ଼ି ପଳେଇବା ସହ ବନ୍ଧୁକ ଦେଖାଇ କିଛି ନକଲି ପୋଲିସ ଅପହରଣ କରିବାକୁ ଗୋଡାଉଥିବା ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇଥିଲା । ଯାହାକୁ ନେଇ ଗ୍ରାମବାସୀ କଳାହାଣ୍ଡି ପୋଲିସକୁ ଗୋଡ଼ାଇବା ପରେ ଡୁଙ୍ଗେରୀ ଗାଁରୁ କଳାହାଣ୍ଡି ପୋଲିସ ଖସି ଆସିଥିଲା । କିନ୍ତୁ କୁର୍ତ୍ତମଗଡ଼ ଟୋଲଗେଟ ନିକଟରେ ପୁଣି ସ୍ଥାନୀୟ ବାସିନ୍ଦା କାରକୁ ଅଟକାଇ ପୋଲିସ ଓ ଡ୍ରାଇଭରକୁ ମାଡ଼ ମାରିଥିଲେ ।
ଗଞ୍ଜେଇ ମାଫିଆଙ୍କୁ ସାଧା ପୋଷାକରେ ଧରିବାକୁ ଆସି ଛେଚା ଖାଇଲେ ପୋଲିସ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











