ଭୁବନେଶ୍ୱର : ଡ୍ରାଇଭର ଆନେ୍ଦାଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ । ଡ୍ରାଇଭର ସଂଘ ଉପରେ ଚାପ ପକାଯାଇଥିଲା କହିଲେ ରାହୁଲ । ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ ।
ଓଡିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ । ଭୁବନେଶ୍ୱରରେ ଏମ୍ସ ଓ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ କଂଗ୍ରେସ କରିଛି । ଭୁବନେଶ୍ୱରକୁ ରାଜଧାନୀ କରିଥିଲେ ନେହୁରୁ । ବିଜେପିର ଅବଦାନ ଜିରୋ, ଏମାନେ ଏଠାରେ କିଛି କାମ କରିନାହାନ୍ତି । କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି । କିଛି କରିନାହାନ୍ତି , କେବଳ ବିକ୍ରି କରିବାରେ ଲାଗି ପଡିଛନ୍ତି । ଡବଲ ଇଞ୍ଜିନ ସରକାର ଗରିବଙ୍କ ପାଇଁ ନୁହେଁ , କେବଳ ଧନୀଙ୍କ ପାଇଁ ।
Views: 12