The Ultimate Managed Hosting Platform
ADVERTISEMENT

ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି –ରାହୁଲ

Facebook
Twitter
LinkedIn

ଭୁବନେଶ୍ୱର : ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ ସମ୍ବୋଧନ । କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ କିପରି ଅଛି ପ୍ରଶ୍ନ କଲେ । କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା କଲେ ରାହୁଲ । ସରକାର ଗରିବଙ୍କୁ ଲୁଟୁଛନ୍ତି କହିଲେ ରାହୁଲ । ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ସେ ଯୋଗ ଦେଇ କହିଥିଲେ ଯେ ଆମ କର୍ମୀମାନେ ହିଁ ଓଡ଼ିଶାର ରକ୍ଷା କରୁଛନ୍ତି । ବର୍ତ୍ତମାନର ସରକାର ଓଡ଼ିଶାର ଗରିବ ଲୋକଙ୍କର ସମ୍ପତ୍ତି ଲୁଟିବାରେ ଲାଗିଛନ୍ତି । ରାହୁଲ କହିଛନ୍ତି ଯେ ବିଜେପି ପୁରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ସେ କହିଛନ୍ତି ଯେ ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି ଜ୍ଝ ମହାରାଷ୍ଟ୍ରରେ ୧ ଲକ୍ଷ ନୂଆ ଭୋଟର୍ କିପରି ଆସିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି । ଓଡ଼ିଶାରେ ୫ରୁ ୬ଟି କମ୍ପାନୀକୁ ସମସ୍ତ ସମ୍ପତ୍ତି ଟେକିଦିଆଯାଉଛି । ସେ କହିଛନ୍ତି ଯେ ସବୁବେଳେ ଜଳ, ଜମି ଓ ଜଙ୍ଗଲ ଆଦିବାସୀଙ୍କର । ଆଦିବାସୀଙ୍କୁ କିନ୍ତୁ ଜମିପଟ୍ଟା ଦିଆଯାଉନାହିଁ । ଆଦିବାସୀଙ୍କ ପାଇଁ ପେସା ଆଇନ ଲାଗୁକରାଯାଇନାହିଁ । ରାହୁଲ କହିଥିଲେ ଯେ ନିର୍ୟାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ ଜ୍ଝ ମୋଦୀ ଫସଲ ବୀମା ଯୋଜନା ଲାଗୁ କରିଥିଲେ, ଏଥିପାଇଁ ମୋଦୀ ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login