ପାଟନା : ବିମାନବନ୍ଦରର ପୁରୁଣା ଟର୍ମିନାଲ ବିଲିଡିଂରେ ଚାଲିଥିବା ଭାଙ୍ଗିବା ପ୍ରକ୍ରିୟା ସମୟରେ ଓ୍ଵେଲଡିଂ କାମ ଚାଲୁଥିବା ବେଳେ ସ୍ପାର୍କ ଯୋଗୁଁ ନିଆଁ ଲାଗିଯାଇଥିଲା । ବିହାରର ରାଜଧାନୀ ପାଟନା ସ୍ଥିତ ଜୟପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ ।ୟାରପୋର୍ଟରେ ଥିବା ଅଗ୍ନିଶମ ଟିମ୍ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତିର ସୂଚନା ମିଳିନାହିଁ। ପାଟନା ବିମାନବନ୍ଦରରେ ନୂଆ ଟର୍ମିନାଲ ନିର୍ମାଣର ଯୋଜନା ଅଧୀନରେ ପୁରୁଣା ଟର୍ମିନାଲ ବିଲିଡିଂକୁ ଭାଙ୍ଗିବା ପାଇଁ କାର୍ୟ୍ୟ ଚାଲିଛି । ଏହି ପ୍ରକ୍ରିୟାରେ ଓ୍ଵେଲଡିଂ କାମ ଚାଲୁଥିବା ସମୟରେ ସ୍ପାର୍କ ସୃଷ୍ଟି ହୋଇ ନିଆଁ ଲାଗିଯାଇଥିଲା ।ଏହି ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି । ବିମାନବନ୍ଦର କର୍ତ୍ତୃପକ୍ଷ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ଭବିଷ୍ୟତରେ ଏଭଳି ଦୁର୍ଘଟଣା ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ପାଟନା ଏୟାରପୋର୍ଟରେ ଲାଗିଲା ନିଆଁ

Facebook
Twitter
LinkedIn
Facebook
Twitter
LinkedIn
Recent News
ପାକିସ୍ତାନରେ ଚଳନ୍ତା ବସକୁ ଅଟକାଇ ୯ ଜଣଙ୍କୁ ଅପହରଣ , ପରେ ନେଇଗଲେ ଜୀବନ
ନୂଆଦିଲ୍ଲୀ : ଆକ୍ରମଣକାରୀମାନେ ପାକିସ୍ତାନରେ ଏକ ଚଳନ୍ତା ବସ୍ ଅଟକାଇ ୯ ଜଣ ଯାତ୍ରୀଙ୍କୁ ଅପହରଣ କରିଥିଲେ ଏବଂ ପରେ ସେମାନଙ୍କୁ ହତ୍ୟା କରିଥିଲେ । ଏହି...
“ଡବଲ ଇଞ୍ଜିନ ସରକାର ଧନୀଙ୍କ ପାଇଁ” : ରାହୁଲ
ଭୁବନେଶ୍ୱର : ଓଡିଶାରେ ଯାହାବି କିଛି ପ୍ରତିଷ୍ଠା ହୋଇଛି ଧନୀଙ୍କ ପାଇଁ । ଭୁବନେଶ୍ୱରରେ ଏମ୍ସ ଓ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ କଂଗ୍ରେସ କରିଛି । ଭୁବନେଶ୍ୱରକୁ...
ରଥଯାତ୍ରା ଅଘଟଣକୁ ନେଇ ଚାର୍ଗେଟ, କହିଲେ ଆଦାନୀ ପାଇଁ ରଥକୁ ରୋକାଯାଉଛି
ଭୁବନେଶ୍ୱର : ରଥଯାତ୍ରା ଅଘଟଣକୁ ନେଇ ଟାର୍ଗେଟ କଲେ ରାହୁଲ । ଅଦାନୀ ପାଇଁ ରଥକୁ ରୋକାଯାଉଛି କହିଲେ ରାହୁଲ । ଏହା ଆପଣଙ୍କର ସରକାର ନୁହେଁ...
ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି –ରାହୁଲ
ଭୁବନେଶ୍ୱର : ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ ସମ୍ବୋଧନ । କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ କିପରି ଅଛି ପ୍ରଶ୍ନ କଲେ । କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା କଲେ...