ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ କ୍ଷେତ୍ରରେ କାର୍ୟ୍ୟ କରୁଛନ୍ତି, ସେମାନେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ବା ଭାରତ ବନ୍ଦରେ ଅଂଶଗ୍ରହଣ କରିବେ । ସାର୍ବଜନୀନ ସେବାଗୁଡ଼ିକରେ ବଡ଼ ଧରଣର ବାଧା ଆଶା କରାଯାଉଛି । ଯଦିଓ ବିଦ୍ୟାଳୟ ଓ ଘରୋଇ କାର୍ୟ୍ୟାଳୟଗୁଡ଼ିକ ଖୋଲା ରହିବାର ସମ୍ଭାବନା ରହିଛି। ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ର ଏକ ମିଳିତ ମଞ୍ଚ ଏବଂ ସମ୍ପର୍କୀୟ ଶ୍ରମିକ ଓ କୃଷକ ସଂଗଠନଗୁଡ଼ିକ କେନ୍ଦ୍ର ସରକାରଙ୍କର “ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଓ କର୍ପୋରେଟ୍ ପକ୍ଷପାତୀ” ନୀତିଗୁଡ଼ିକ ବଶବସଦ୍ଭଗ୍ଦଗ୍ଧ ପ୍ରତିବାଦ ଜଣାଇବା ପାଇଁ ଏହି ଧର୍ମଘଟ ଡାକରା ଦେଇଛନ୍ତି ।
Views: 7