ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଟିଫିନ ବୋମା ଖଞ୍ଜା ଯାଇଥିଲା । ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ଯୋଜନା କରିଥିଲେ ମାଓବାଦୀ । ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା । କମ୍ବିଂ ଅପରେସନ କରାଯାଉଥିବା ଜାଣି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ପରେ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।
Views: 15