ଭୁବନେଶ୍ୱର : ସର୍ବ ସହମତିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା । ବିଧିବଦ୍ଧ ଭାବେ ଘୋଷଣା କଲେ ନିର୍ବାଚନ ପ ର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ । ଚତୁୁର୍ଥ ଥର ପାଇଁ ରାଜ୍ୟ ସଭାପତି ନିର୍ବାଚିତ ହେଲେ ମନମୋହନ । କାଲି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତି ପଦରେ କିଏ ବସିବ ସେନେଇ ଦଳ ଭିତରେ ବଡ କସରତ ଚାଲିଥିଲା। ଏଥିପାଇଁ ଅନେକ ନାଁ ସାମ୍ନାକୁ ଆସିଥିଲା । କିନ୍ତୁ ସବୁପକ୍ଷ ଓ କେନ୍ଦ୍ରିୟ ନେତୃତ୍ବ ମନମୋହନଙ୍କ ନାଁ ଉପରେ ମୋହର ମାରିଥିବା କୁହାଯାଉଛି। ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା ହୋଇଛି।
Views: 15