ଦିଗପହଣ୍ଡି : ଦିଗପହଣ୍ଡିରେ ବ୍ୟାପୁଛି ଝାଡାବାନ୍ତି । ଆଉ ୮ ଜଣ ଆକ୍ରାନ୍ତ ହୋଇଛନ୍ତି । ସାନଖେମୁଣ୍ଡି ପରେ ପାତ୍ରପୁରରେ ୮ ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ । ବାଦପୁର ଗାଁର ବିଭିନ୍ନ ପଞ୍ଚାୟତରେ ବ୍ୟାପୁଛି ଝାଡାବାନ୍ତି । ଗତ କିଛି ଦିନ ଧରି ବର୍ଷା ଲାଗି ରହିବା ଫଳରେ ଖାଦ୍ୟ ପେୟରେ ଅସ୍ଥିରତା ହେବା କାରଣରୁ ଝାଡା ବାନ୍ତି ହୋଇଥିବା ବେଳେ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରିଛି । ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ କର୍ମୀ ଓ ପ୍ରଶାସନ ଗାଁ ରେ ପହଞ୍ଚି ସଚେତନ କରାଇଛନ୍ତି । ସେହିପରି ଗତ ଗୁରୁବାର ଗ୍ରାମର ଦାସ ଶବର ଝାଡ଼ାବାନ୍ତିରେ ଜୀବନ ଯାଇଥିବା ବେଳେ ସୋମବାର ପ୍ରକାଶ ରଇତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ସାନଖେମୁଣ୍ଡି ବ୍ଲକ ତାଳପୁର ଗ୍ରାମର ଗଙ୍ଗା ନାଇକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହେଇଥିଲା ।
ଦିଗପହଣ୍ଡିରେ ଝାଡାବାନ୍ତି ଆଉ ୮ ଆକ୍ରାନ୍ତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...