ଭୁବନେଶ୍ୱର : ରାଜ୍ୟ ସଭାପତି ପାଇଁ ନାମାଙ୍କନ ଭରିଲେ ମନମୋହନ ସାମଲ । ତେବେ ନିର୍ଦ୍ଧାରିତ ସମୟରେ ଆଉ କେହି ନାମାଙ୍କନ ଭରି ନଥିବାରୁ ମନମୋହନ ଏକମାତ୍ର ପ୍ରାର୍ଥୀ ଭାବେ ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । ଫଳରେ ତାଙ୍କ ସଭାପତି ହେବା ସ୍ଥିର ହୋଇଯାଇଛି । କେବଳ ଔପଚାରିକ ଭାବେ ବିଜୟ ସଭାପତିଙ୍କ ନାମ ଘୋଷଣା ହେବା ବାକି ରହିଛି । ଆସନ୍ତାକାଲି ଦିନ ୧୧ ଟା ରେ ବିଦ୍ଧିବଦ୍ଧ ଭାବେ ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାମ ଘୋଷଣା ହେବ ବୋଲି କହିଛନ୍ତି କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ । ଜାତୀୟ ପରିଷଦ ସଦସ୍ୟ ପାଇଁ ୩୨ ଜଣ ନାମାଙ୍କନ କରିଛନ୍ତି । ଆସନ୍ତାକାଲି ଯାଞ୍ଚ ପରେ ସମସ୍ତଙ୍କ ନାମ ଘୋଷଣା ହେବ ବୋଲି କହିଛନ୍ତି ଜୟସ୍ବାଲ ।
Views: 10