ଭୁବନେଶ୍ୱର : ନନ୍ଦନକାନନରେ ଜନ୍ମ ନେଲେ ଆଉ ୧୧ ହଳଦିଆ ଆନାକୋଣ୍ଡା । ଗତ ୨୯ରେ ଜନ୍ମ ନେଇଥିଲେ ୭ ହଳଦିଆ ଆନାକୋଣ୍ଡା ଶାବକ । ଏହାକୁ ମିଶାଇ ନନ୍ଦନକାନନରେ ହେଲେ ୨୫ ହଳଦିଆ ଆନାକୋଣ୍ଡା । ଚଳିତ ସପ୍ତାହରେ ଏହା ଦ୍ବିତୀୟ ପ୍ରଜନନ। ୨୦୧୯ ଅକ୍ଟୋବରରେ ମାଡ୍ରାସ୍ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟ ପକ୍ଷରୁ ନନ୍ଦନକାନନକୁ ଆନାକୋଣ୍ଡା ଅଣାଯାଇଥିଲା । ଶେଷଥର ୨୦୨୨ରେ ନନ୍ଦନକାନନରେ ୯ଟି ଆନାନୋଣ୍ଡା ଜନ୍ମ ନେଇଥିଲେ । ପୁଣି ୩ ବର୍ଷ ପରେ ଏମାନଙ୍କ ବଂଶ ବୃଦ୍ଧି ପାଇଛି । ନିକଟରେ ଦୀର୍ଘ ୩୩ ବର୍ଷ ପରେ ବିରଳ ପ୍ରଜାତିର ସବୁଜ ଇଗୁଆନ ଜନ୍ମ ହୋଇଥିଲା । ଏହାକୁ ମିଶାଇ ନନ୍ଦନକାନନରେ ଇଗୁଆନ ସଂଖ୍ୟା ୧୭ରେ ପହଂଚିଛି ।
Views: 8