ଭୁବନେଶ୍ୱର : ଆୟକର ବିଭାଗରେ ହାଜର ହେଲେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ । ନବ ଦାସଙ୍କ ପୁଅ ବିଶାଲ ଦାସ ଆୟକର ବିଭାଗରେ ହାଜର ହେଲେ । ଆୟକର ବିଭାଗର ନୋଟିସ ପରେ ହାଜର ହେଲେ ବିଶାଲ ଦାସ । କିଛି ଦିନ ତଳେ ନବଙ୍କ ଘର ସମେତ ୯ଟି ସ୍ଥାନରେ ରେଡ କରିଥିଲା ଆୟକର ବିଭାଗ । ଆୟକର ବିଭାଗ ପକ୍ଷରୁ ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ବର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ବର୍ଗତ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ୟ୍ୟାଳୟ, ତାଙ୍କ ଘନିଷ୍ଠ ସହଯୋଗୀ ଏବଂ ସଂପର୍କୀୟଙ୍କ ଠିକଣାରେ ଚଢ଼ାଉ କରାଯାଇଥିଲା । ୨୦୨୩ ଏପ୍ରିଲ ଓ ମେ’ ମାସରେ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଦାସ ୪ଟି କମ୍ପାନିର ପାର୍ଟନର ହୋଇଥିବାବେଳେ ଏହି କମ୍ପାନିଗୁଡ଼ିକ ଝାରସୁଗୁଡ଼ା ବଡ଼ମାଲର ବୋଲି ଦର୍ଶାଯାଇଛି। ତେଣୁ ଏହି କମ୍ପାନି ଲିଙ୍କ୍ରେ ଶ୍ରୀ ଦାସଙ୍କ ବାସଭବନରେ କାଗଜପତ୍ର ଯାଞ୍ଚ ହେଉଥିବା ଚର୍ଚ୍ଚା ହୋଇଥିଲା।
Views: 7