ନୂଆଦିଲ୍ଲୀ : ନୂଆ ଦଳ ଘୋଷଣା କଲେ ବିଶ୍ବର କୋଟିପତି ଉଦ୍ୟୋଗୀ ଏଲନ ମସ୍କ । ଦଳ ନାଁ ଘୋଷଣା କରିଛନ୍ତି ଏଲନ ମସ୍କ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିବାଦ ଏବଂ ମତଭେଦ ପରେ ନୂଆ ଦଳ ଗଢ଼ିବାକୁ ଘୋଷଣା କରିଛନ୍ତି ମସ୍କ । ଯାହାର ନାମ ରଖିଛନ୍ତି ‘ଆମେରିକା ପାର୍ଟି’ । ଦଳର ନାଁ ଘୋଷଣା ପରେ ସେ କହିଛନ୍ତି- ଆପଣଙ୍କୁ ଆପଣଙ୍କ ସ୍ବାଧୀନତା ଫେରାଇ ଦେବାକୁ ‘ଆମେରିକା ପାର୍ଟି’ ଜନ୍ମ । ଦଳ ଲକ୍ଷ୍ୟ ଲୋକଙ୍କୁ ଲୋକଙ୍କ ସ୍ବାଧୀନତାକୁ ପୁନଶ୍ଚ ଫେରାଇ ଆଣିବା । ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଶିଳ୍ପପତି ଏଲନ ମସ୍କଙ୍କ ଭିତରେ ବିବାଦ ନୂଆ ମୋଡ଼ ନେବା ପରେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଥିବା ଏଲନ ମସ୍କ ‘ଆମେରିକା ପାର୍ଟି’ନାଁରେ ରାଜନୈତିକ ଦଳ ଗଠନ ନେଇ ଘୋଷଣା କରିଛନ୍ତି । ଏହାସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ରାଜନୈତିକ ଭାବେ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ମସ୍କ ।
Views: 10