ଭୁବନେଶ୍ୱର : ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦିଆଯିବ କହିଲେ ମନମୋହନ ସାମଲ । କ୍ଷୁଦ୍ର ଜମାକାରୀ ହୁଅନ୍ତୁ କିମ୍ବା ବଡ ଜମାକାରୀ ସମସ୍ତଙ୍କୁ ଟଙ୍କା ମିଳିବ । ମନରେ କୈାଣସି ଦ୍ୱନ୍ଦ ରହିବାଉଚିତ ନୁହେଁ , ସମସ୍ତ କ୍ଷତିଗ୍ରସ୍ତ ଟଙ୍କା ପାଇବେ । ୧୦ ହଜାର ହେଉ ବା ୧୦ ଲକ୍ଷ ସମସ୍ତେ ଟଙ୍କା ଫେରସ୍ତ ପାଇବେ । ସାମାନ୍ୟ ପ୍ରମାଣ ଦେଖାଇଲେ ଟଙ୍କା ଫେରସ୍ତ କରାଯିବ । ବର୍ଷେ ଭଇତରେ ୧ ଲକ୍ଷ ୨୬ ହଜାର ୧୩୭ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି । ୩-୪ ମାସରେ ଆଉ ୫ ଲକ୍ଷ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ତାଲିକା ସମ୍ପୂର୍ଣ୍ଣ ହୋଇଛି , ସେହି ଅନୁସାରେ ଟଙ୍କା ଫେରସ୍ତ କରାଯିବ । ଏହା ଏକ ନିୟମିତ ପ୍ରକ୍ରିୟା । ତାଲିକା ଆସିଲେ ପର୍ଯ୍ୟାୟକ୍ରମେ ଟଙ୍କା ଦେବୁ ।
Views: 23