The Ultimate Managed Hosting Platform
ADVERTISEMENT

ଆତ୍ମସମର୍ପଣ ପରେ ଜଗା ଗିରଫ, ଗଲେ ଝାରପଡା ଜେଲ

Facebook
Twitter
LinkedIn

ଭୁବନେଶ୍ୱର : ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ ମରା ଘଟଣା । ।ଆତ୍ମ ସମର୍ପଣ ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ । ଏଫଆଇଆର ଓ ପୀଡିତଙ୍କ ବୟାନ ଆଧାରରେ ଗିରଫ କହିଲେ ଡିସିପି । ପ୍ରାଥମିକ ପ୍ରମାଣ ଆଧାରରେ ଗିରଫ କରାଯାଇଛି । ଷଷ୍ଠ ଅଭିଯୁକ୍ତ ଭାବେ ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି ।
ପ୍ରଥମେ ଭୁବନେଶ୍ୱର ଡିସିପି ଅଫିସ ଯାଇଥିଲେ ଜଗା ପ୍ରଧାନ । ଗତ ରାତି ପ୍ରାୟ ୧୦ ଟା ବେଳେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା ପୁଲିସ । ଗିରଫ ପରେ ଜଗାଙ୍କୁ ନିଆଯାଇଥିଲା କ୍ୟାପିଟାଲ ହସ୍ପିଟାଲ । ମେଡିକାଲ ଯାଞ୍ଚ ପରେ ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ପରେ ଝାରପଡା ଜେଲରେ ଜଗା ପ୍ରଧାନ ।
ଆଘାତ, ଆକ୍ରମଣ, ଅନଧିକାର ପ୍ରବେଶ ପାଇଁ ଧାରା ୩୩୩, ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ ନିର୍ବାହରୁ ଭୟଭୀତ କରିବା ନେଇ ଧାରା ୧୩୨, ସରକାରୀ ଅଧିକାରୀଙ୍କୁ ଆଘାତ ଦେବା ମାମଲାରେ ଧାରା ୧୨୧(୧) ଲଗାଇଛି । ସେହିପରି ଜୀବନ ହାନି ଉଦ୍ଦେଶ୍ୟରେ ସରକାରୀ ଅଧିକାରୀଙ୍କୁ ଆଘାତ ପାଇଁ ଧାରା ୧୨୧(୨), ଅପରାଧିକ ଭୟ ପ୍ରଦର୍ଶନ ପାଇଁ ଧାରା ୩୫୧(୨) , ଝାମ୍ପିବା ବା ଲୁଟିନେବା ପାଇଁ ଧାରା ୬୨ ଓ ୩୦୪, ସଙ୍ଗଠିତ ଅପରାଧ ପାଇଁ ଧାରା ୫୪ ଲାଗିଛି । ଅପରାଧିକ ଷଡ଼ଯନ୍ତ୍ର ପାଇଁ ଧାରା ୬୧(୨), ବେଆଇନ ସମାବେଶ ନେଇ ଧାରା ୧୮୯(୨) , ଅପରାଧ ପାଇଁ ବେଆଇନ ସମାବେଶ ନେଇ ଧାରା ୧୯୦, ଓ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ଧାରା ୩(୫) ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login