ଆନନ୍ଦପୁର : ନିଖୋଜର ୪ ଦିନ ପରେ ନାବାଳକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ସୋସୋ ଥାନା ରାଇଘାଟି ଗାଁ ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର । ମୋବାଇଲ ପାଇଁ ନିଜ ସାଙ୍ଗ ହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ । ପରିବାରର ଅଭିଯୋଗ ପରେ ନାବାଳକ ସାଙ୍ଗକୁ ଅଟକ ରଖିଲା ପୋଲିସ । ଗ୍ରାମର ସାଲିଆ ପୂର୍ତିଙ୍କ ନାବାଳକ ପୁଅ ଘୋଷା ପୂର୍ତି କିଛିଦିନ ତଳେ ସେହି ଗ୍ରାମର କୁଣ୍ଡିଆ ହୋ ସହ ବାହାରକୁ ଦାଦନ ଖଟିବାକୁ ଯାଇ ସେଠାରେ ସାଙ୍ଗ ହୋଇ ରହୁଥିଲେ । ସେଠାରେ ଘୋଷା ପୂର୍ତିଙ୍କ ମୋବାଇଲ ଚୋରି ହୋଇଯାଇଥିଲା । ପରେ ଘୋଷା ପୂର୍ତି ନିଜ ଘରକୁ ଫେରି ଆସିଥିଲେ । ରଜ ସମୟରେ ଘୋଷା ପୂର୍ତି ନିଜ ମୋବାଇଲ କୁଣ୍ଡିଆ ହୋ ରଖିଥିବା ଦେଖିଥିଲେ । ପରବର୍ତ୍ତୀ ସମୟରେ କୁଣ୍ଡିଆ ହୋ ମୋବାଇଲ ଫେରାଇ ଦେଇଥିଲେ।
ଗତ ରବିବାର ଦିନ କୁଣ୍ଡିଆ ହୋ ବନ୍ଧୁ ଘରକୁ ଯିବାକୁ କହି ଘୋଷାକୁ ଡାକି ନେଇଥିଲେ । କୁଣ୍ଡିଆ ନିଜ ଘରକୁ ଫେରିଥିବା ବେଳେ ଘୋଷା ଆଉ ଫେରି ନଥିଲେ । ଗତକାଲି ସନ୍ଧ୍ୟାରେ ମୟୁରଭଞ୍ଜ ସୀମାନ୍ତ ରୁଗୁଡି ପାହାଡ ନିକଟରେ ଘୋଷାଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଖବର ପାଇଥିଲେ । ଖବର ପାଇ ସୋସୋ ପୋଲିସ ରକ୍ତ ଚୁଟି ଲଗା ପଥର ପାଇ ଘଟଣାର ଅଧିକ ତଦନ୍ତ କରୁଛି ।
ମୋବାଇଲ ପାଇଁ ସାଙ୍ଗର ଜୀବନ ନେଇଗଲେ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











