The Ultimate Managed Hosting Platform
ADVERTISEMENT

ମୋବାଇଲ ପାଇଁ ସାଙ୍ଗର ଜୀବନ ନେଇଗଲେ !

Facebook
Twitter
LinkedIn

ଆନନ୍ଦପୁର : ନିଖୋଜର ୪ ଦିନ ପରେ ନାବାଳକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ସୋସୋ ଥାନା ରାଇଘାଟି ଗାଁ ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର । ମୋବାଇଲ ପାଇଁ ନିଜ ସାଙ୍ଗ ହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ । ପରିବାରର ଅଭିଯୋଗ ପରେ ନାବାଳକ ସାଙ୍ଗକୁ ଅଟକ ରଖିଲା ପୋଲିସ । ଗ୍ରାମର ସାଲିଆ ପୂର୍ତିଙ୍କ ନାବାଳକ ପୁଅ ଘୋଷା ପୂର୍ତି କିଛିଦିନ ତଳେ ସେହି ଗ୍ରାମର କୁଣ୍ଡିଆ ହୋ ସହ ବାହାରକୁ ଦାଦନ ଖଟିବାକୁ ଯାଇ ସେଠାରେ ସାଙ୍ଗ ହୋଇ ରହୁଥିଲେ । ସେଠାରେ ଘୋଷା ପୂର୍ତିଙ୍କ ମୋବାଇଲ ଚୋରି ହୋଇଯାଇଥିଲା । ପରେ ଘୋଷା ପୂର୍ତି ନିଜ ଘରକୁ ଫେରି ଆସିଥିଲେ । ରଜ ସମୟରେ ଘୋଷା ପୂର୍ତି ନିଜ ମୋବାଇଲ କୁଣ୍ଡିଆ ହୋ ରଖିଥିବା ଦେଖିଥିଲେ । ପରବର୍ତ୍ତୀ ସମୟରେ କୁଣ୍ଡିଆ ହୋ ମୋବାଇଲ ଫେରାଇ ଦେଇଥିଲେ।
ଗତ ରବିବାର ଦିନ କୁଣ୍ଡିଆ ହୋ ବନ୍ଧୁ ଘରକୁ ଯିବାକୁ କହି ଘୋଷାକୁ ଡାକି ନେଇଥିଲେ । କୁଣ୍ଡିଆ ନିଜ ଘରକୁ ଫେରିଥିବା ବେଳେ ଘୋଷା ଆଉ ଫେରି ନଥିଲେ । ଗତକାଲି ସନ୍ଧ୍ୟାରେ ମୟୁରଭଞ୍ଜ ସୀମାନ୍ତ ରୁଗୁଡି ପାହାଡ ନିକଟରେ ଘୋଷାଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଖବର ପାଇଥିଲେ । ଖବର ପାଇ ସୋସୋ ପୋଲିସ ରକ୍ତ ଚୁଟି ଲଗା ପଥର ପାଇ ଘଟଣାର ଅଧିକ ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login