ବୈାଦ୍ଧ : ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା କାର । ଦମ୍ପତିଙ୍କର ଚାଲିଗଲା ଜୀବନ । ଏନଏଚ ୫୭ ନୂଆପଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାପାଙ୍କର ମୃତ୍ୟୁ ଖବର ଶୁଣି ନୟାଗଡ ଗଣିଆ ଯାଉଥିଲେ ପୁଅ-ବୋହୂ । ବୌଦ୍ଧ-ଖୋର୍ଦ୍ଧା-ବଲାଙ୍ଗୀର ୫୭ ତମ ଜାତୀୟ ରାଜପଥ ନୂଆପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦମ୍ପତ୍ତିଙ୍କର ଜୀବନ ଚାଲିଯାଇଛି । ମୃତକ ହେଲେ ରାଜ୍ କିଶୋର ସାହୁ ଓ ସ୍ତ୍ରୀ ମିନାକ୍ଷୀ ସାହୁ । ସୂଚନାନୁସାରେ କାଲି ରାତିରେ ହଠାତ୍ ବାପାଙ୍କ ଦେହାନ୍ତ ହୋଇଥିବା ଖବର ପାଇ ରାଜକିଶୋର ଶବ ସତ୍କାର କରିବା ପାଇଁ ପତ୍ନୀଙ୍କ ସହିତ କଳାହାଣ୍ଡି ଜିଲ୍ଲା ନୂଆପଡ଼ାରୁ ନିଜ ଗାଁ ଗଣିଆ ଅଭିମୁଖେ ଯାଉଥିଲେ । ରାସ୍ତାରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଚାଉଳ ବୋଝେଇ ଟ୍ରକକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଦମ୍ପତ୍ତିଙ୍କ କାର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍ଵାମୀ ସ୍ତ୍ରୀ ଦୁହେଁ ଘଟଣାସ୍ଥଳରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତେବେ ଏହି ଦୁର୍ଘଟଣା ବଡ଼ି ଭୋର ସମୟରେ ଘଟିଥିବା ବେଳେ ନିକଟରେ ଥିବା ଏକ ଚା ଦୋକାନରେ ଚା ପିଉଥିବା ସ୍ଥାନୀୟ ଲୋକ ଦୁର୍ଘଟଣାସ୍ଥଳରୁ ରାଜକିଶୋର ଏବଂ ତାଙ୍କ ପତ୍ନୀଙ୍କର ମୃତଦେହକୁ ଉଦ୍ଧାର କରି ମେଡିକାଲ ଆଣିଥିଲେ । ତେବେ ରାଜକିଶୋର ବାପାଙ୍କ ଯିବା ଦୁଃଖରେ ଭାଙ୍ଗିପଡିଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କ ମୁହଁ ଟିକକ ଦେଖିବା ପାଇଁ ଦୌଡ଼ି ଆସୁଥିଲେ । ଭୋର ସମୟ ହୋଇଥିବାରୁ ନିଦରେ ଟିକେ ଆଖି ଲାଗିଯାଇଥାଇପାରେ ଏବଂ ଅସାବଧାନତା ହେତୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି ।
ଟ୍ରକକୁ ଧକ୍କା ଦେଲା କାର : ଦମ୍ପତିଙ୍କର ଚାଲିଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











