ପୁରୀ : ରଥ ଯାତ୍ରା ଦଳାଚକଟା ଘଟଣାରେ ୪ ଜଣିଆ କମିଟି ଗଠନ କଲେ ସରକାର । ୪ ଓଏଏସ ଅଫିସରଙ୍କୁ ନେଇ କମିଟି ଗଠନ । ସାଧାରଣ ପ୍ରଶାସନ ବିଭାଗର ସୂଚନା । ତଦନ୍ତ କରୁଥିବା ଉନ୍ନୟନ କମିଶନରଙ୍କୁ ସହାୟତା କରିବ କମିଟି । ମାନଓ ରଂଜନ ସାମଲ, ବିଜୟ ଦାଶ , ରଶ୍ମୀ ରଂଜନ ନାୟକ, ପ୍ରଦୀପ ସାହୁ ସଦସ୍ୟ । ଏହି ୪ଜଣ ଜଣ ଓଏଏସ୍ ଅଧିକାରୀ ପ୍ରତିଦିନ ଉନ୍ନୟନ କମିସନରଙ୍କ କାର୍ୟ୍ୟାଳୟରେ ଉପସ୍ଥିତ ରହି ଅପରାହ୍ଣ ୩ଟାରୁ ୫ଟା ଯାଏଁ ତଦନ୍ତ ପାଇଁ ସମୟ ଦେବେ। ଗତ ରବିବାର ଦିନ ପ୍ରତ୍ୟୁଷରେ ଶରଧାବାଲିରେ ମହାପ୍ରଭୁଙ୍କ ପହୁଡ଼ ଖୋଲିବା ପରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସ। ଏହି ଘଟଣରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିଲେ।
Views: 15