The Ultimate Managed Hosting Platform
ADVERTISEMENT

ଅରବିନ୍ଦ କେଜ୍ରିୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ୱ

Facebook
Twitter
LinkedIn

ପୁରୀ : ଅରବିନ୍ଦ କେଜ୍ରିୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ୱ ଦେଲେ ସରକାର । ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ୱ ସହ ରଥଯାତ୍ରା ପରିଚାଳନା ଦାୟିତ୍ୱ ତୁଲାଇବେ । ରଥ ଯାତ୍ରା ସୁପରଭିଜନ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଦେ୍ର୍ଦଶନାମା । ଶରଧାବାଲି ଅଘଟଣ ପରେ ବିଭିନ୍ନ ଦିଗକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ରଥଯାତ୍ରାରେ ଭିଡ଼ ପରିଚାଳନାର ବିଫଳତା ଯୋଗୁଁ ଶହ ଶହ ଭକ୍ତ ଆହତ ହେଲେ । ଏହାର ଦିନକ ପରେ ଶରଧା ବାଲିରେ ଦଳାଚକଟା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ।
ତେବେ ଶରଧାବାଲି ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ ଘଟଣାରେ ଏବେ ବଡ଼ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ସରକାର । ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍ପି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ହେଲେ ଚଞ୍ଚଲ ରାଣା । ସେହିପରି ଏସ୍ପି ଭିନୀତ୍ ଅଗ୍ରୱାଲଙ୍କ ସ୍ଥାନରେ ନୂଆ ଏସ୍ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି -DCP ବିଷ୍ଣୁ ପତିଙ୍କୁ ସସ୍ପେଣ୍ଡ୍ ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁମଧ୍ୟ ସସ୍ପେଣ୍ଡ୍ କଲେ ରାଜ୍ୟ ସରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login