The Ultimate Managed Hosting Platform
ADVERTISEMENT

ଶିଶୁବାଟିକାରେ ନିୟୋଜିତ ହେବେ ଶିଶୁ ସେବିକା, ପାଚିକାମାନଙ୍କ ସମାନୁପାତିକ ହାରରେ ଦରମା ପାଇବେ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟର ଶିଶୁବାଟିକାରେ ନିୟୋଜିତ ହେବେ ଶିଶୁ ସେବିକା । ଶିଶୁ ସେବିକା ନିୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ପିଲାଙ୍କ ଯତ୍ନନେବା ସହ ସହାୟତା କରିବେ ଶିଶୁ ସେବିକା । ପିଲାଙ୍କ ହାତଧୂଆ , ଖାଇବା, ଟଏଲେଟ ଯିବାରେ ସହଯୋଗ କରିବେ । ପିଲା କାନ୍ଦିଲେ କିମ୍ବା ଅଝଟ ହେଲେ ସେମାନଙ୍କୁ ବୁଝାଇବେ । ପିଲାଙ୍କୁ ବହି ଖେଳଣା ଆଦି ବିଭିନ ୍ନସହାୟକ ଜିନିଷ ଯୋଗାଇବେ । ପିଲା କୈାଣସି କାରଣରୁ ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ । ପ୍ରତ୍ୟେକ ଦିନ ପିଲାଙ୍କ ଦିନ କେମିତି କଟିଲା ନୋଟ ପ୍ରସ୍ତୁତ କରିବେ । ପାଚିକାମାନଙ୍କ ସମାନୁପାତିକ ହାରରେ ଦରମା ପାଇବେ ଶିଶୁ ସେବିକା । ଶିକ୍ଷକଙ୍କ ଉପରୁ ଅଣ-ଶିକ୍ଷା କାର୍ଯ୍ୟ ହାଲକା କରିବାକୁ ଲକ୍ଷ୍ୟ ।
ସୂଚନାଯୋଗ୍ୟ ଯେ, ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଶିଶୁବାଟିକା ଖୋଲାଯାଇଛି । ଏଥିରେ ୫ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍-ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଶିଶୁବାଟିକାରେ ପିଲାଙ୍କ ସଂଖ୍ୟାକୁ (ଋଦ୍ଭକ୍ସକ୍ଟକ୍ଷଜ୍ଞରଦ୍ଭଗ୍ଧ) ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଶିଶୁ ସେବିକା ନିଯୁକ୍ତି ନିଷ୍ପତ୍ତି ନିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login