ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ସେ ପୁରୀ ବାହାରିଛନ୍ତି । ମହାକୁମ୍ଭ ମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ କରାଯିବ । ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ସେବା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛି । ‘ଅଦାନୀ ଗ୍ରୁପ୍’ ପକ୍ଷରୁ ପୁରୀରେ ପ୍ରସାଦ ସେବା ଆରମ୍ଭ ହୋଇଛି। ଏହି ସେବା ଜୁନ୍ ୨୬ ତାରିଖରୁ ଜୁଲାଇ ୮ ତାରିଖ ପର୍ୟ୍ୟନ୍ତ ପ୍ରଦାନ କରାଯିବ। ଫଳରେ ତୀର୍ଥଯାତ୍ରୀରୁ ନେଇ ଆଗଧାଡ଼ିର ଅଧିକାରୀମାନଙ୍କୁ ପ୍ରସାଦ ଯୋଗାଇ ଦିଆଯିବ।
Views: 13