ପୁରୀ : ଗତକାଲି ପବିତ୍ର ଗୁଣ୍ଡିଚା ଯାତ୍ରାରେ ରଥ ଟଣା ଶେଷ ହୋଇପାରି ନ ଥିଲା । କାହିଁକି ଶେଷ ହୋଇ ପାରିନ ଥିଲା ତାର କାରଣ ଖୋଜାଯାଇଛି । ରଥଟଣାରେ ଅହେତୁକ ବିଳମ୍ବର ପ୍ରମୁଖ ୩ କାରଣ । ପ୍ରଥମ ହେଉଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ ମୋଡ ଯୋଗୁଁ ବିଳମ୍ବ , ଦ୍ୱିତୀୟ ହେଉଛି କର୍ଡନ ଭିତରକୁ ଅଧିକ ଲୋକ ପଶିବା କାରଣ ଏବଂ ତୃତୀୟ ହେଉଛି ରଥ ଯାତ୍ରା ଦେଖିବାରୁ ପୁରୀରେ ଆଶାତୀତ ଶ୍ରଦ୍ଧାଳୁଙ୍କ ଭିଡ ।
ଗତକାଲି ଛେରା ପହଁରା ପରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା । ହେଲେ ତାଳଧ୍ୱଜ ରଥ ବାରମ୍ୱାର ପ୍ରତି ୧୦ ମିଟରରେ ମୋଡ଼ ନେଉଥିବାର ରଥ ଟାଣିବାକୁ ଡେରି ହେଉଥିଲା । ବଡ଼ଭାଇଙ୍କ ପଛେ ପଛେ ଆରମ୍ଭ ହୋଇଥିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା । ହେଲେ ଅନ୍ଧାର ହୋଇଯାଇଥିବାରୁ ମରିଚିକୋଟରେ ଅଟକିଥିଲା । କିନ୍ତୁ ସିଂହଦ୍ୱାର ସାମ୍ନାରୁ ଇଞ୍ଚେ ମଧ୍ୟ ଘୁଞ୍ଚି ନଥିଲା କାଳିଆର ନନ୍ଦିଘୋଷ ରଥ ।
ଏପଟେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିଳମ୍ୱରେ ଗଡ଼ିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରଥଯାତ୍ରାରେ ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଦେଢ ଗୁଣ ଅଧିକ ଲୋକ ହେଇଛନ୍ତି । ତେଣୁ ଶ୍ରଦ୍ଧାଳୁ କର୍ଡନ ଭିତରକୁ ପଶିଯାଇଥିଲେ । ଆଉ ଭକ୍ତଙ୍କୁ କର୍ଡନ ଭିତରୁ ବାହାର କରିବା ପରେ ନନ୍ଦିଘୋଷ ରଥ ଟଣାଗଲା । ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଗଲା ।
ରଥଟଣା ବିଳମ୍ବର ୩ ପ୍ରମୁଖ କାରଣ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







