The Ultimate Managed Hosting Platform
ADVERTISEMENT

ଦୀର୍ଘଦିନ ଧରି ଧାରଣାରେ ବସିଥିବା ମହିଳାଙ୍କୁ ଦେଖା କରିବାକୁ ଆସିଥିଲେ ବାପା ; ମାଡ ମାରି ଗୋଡ ଭାଙ୍ଗିଦେଲେ ଶ୍ୱଶୁର ଘର ଲୋକ

Facebook
Twitter
LinkedIn

ଜଳେଶ୍ୱର : ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ହକ୍ ପାଇଁ ସ୍ୱାମୀ ଘର ଧାରଣାରେ ବସିଥିବା ମହିଳାଙ୍କ ପାଖକୁ ବାପା ମୁଢି ଚାଉଳ ଧରି ଆସିବାରୁ ଝିଅ ଶାଶୁଘର ଲୋକ ପରିବାର ପକ୍ଷରୁ ଆକ୍ରମଣ । ଆକ୍ରମଣ ଫଳରେ ଶଶୁରଙ୍କ ଦୁଇ ଗୋଡ ଭାଙ୍ଗି ଯାଇଛି । ଗୁରୁତର ଅବସ୍ଥାରେ ପୋଲିସ ଦ୍ଵାରା ଉଦ୍ଧାର ହୋଇ ବସ୍ତା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ତେବେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ନାବରା ଗ୍ରାମରେ । ଗ୍ରାମର ହରିପଦ ଦେ ନିଜର ବିବାହିତା ସ୍ତ୍ରୀ ଶୁଭସ୍ମିତା ଏବଂ ୧୨ବର୍ଷର ନାବାଳକ ପୁଅକୁ ଦୀର୍ଘ ବର୍ଷ ହେବ ଘରେ ପୁରେଇ ଦେଉନାହାନ୍ତି । ମହିଳା ଜଣକ ନ୍ୟାୟ ପାଇଁ କୋର୍ଟର ଦ୍ଵାରସ୍ଥ ହୋଇଥିଲେ କୋର୍ଟ ତାଙ୍କୁ ଘରେ ରହିବାକୁ ଅନୁମତି ଦେଇଥିଲେ ମଧ୍ୟ କୋର୍ଟର ନିର୍ଦ୍ଦେଶକୁ ସ୍ୱାମୀ ହରିପଦ ଓ ପରିବାର ଲୋକେ ମାନିବାକୁ ନାରାଜ । ସ୍ତ୍ରୀ ଶୁଭସ୍ମିତା ନିଜର ହକ ପାଇଁ ନାବାଳକ ପୁଅକୁ ଧରି ଦୀର୍ଘ ଦୁଇମାସରୁ ଅଧିକ ସମୟ ଧରି ସ୍ୱାମୀ ଘର ଆଗରେ ଧାରଣାରେ ବସି ରହିଛନ୍ତି ।

ଗତକାଲି ସନ୍ଧ୍ୟା ସମୟରେ ଶଶୁର ଗୟାପ୍ରସାଦ ବେହେରା ଝିଅ ପାଇଁ ମୁଢି ଚାଉଳ ଧରି ଆସିଥିବା ସମୟରେ ଜ୍ୱାଇଁ ଓ ପରିବାର ପକ୍ଷରୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଶ୍ଵଶୁରର ଦୁଇ ଗୋଡ଼ ଭାଙ୍ଗିବା ସହିତ ଗୁରୁତ୍ୱର ହୋଇଥିଲେ । ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶଶୁରଙ୍କୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତର ଖାନାକୁ ନେଇଥିଲେ । ତେବେ ସେଠାରେ ଅବସ୍ଥା ଅଧିକ ଗୁରୁତ୍ୱର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login