The Ultimate Managed Hosting Platform
ADVERTISEMENT

କାଳ ହେଲା ରିଲସ ନିଶା , ୧୩ ମହଲା କୋଠାରୁ ଖସି ଯୁବତୀଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ବେଙ୍ଗାଲୁର : ରିଲସ ବନାଉଥିବା ବେଳେ ୧୩ ମହଲା କୋଠାରୁ ଖସିଗଲା ଗୋଡ । ଅକାଳରେ ଚାଲିଗଲା ଯୁବତୀଙ୍କ ଜୀବନ । ମୃତ ଯୁବତୀ ହେଲେ ନନ୍ଦିନୀ । ଯିଏ କି ବେଙ୍ଗାଲୁରୁ ସପିଙ୍ଗ ମଲରେ କାମ କରୁଥିଲେ ବୋଲି ସ୍ପଷ୍ଟ କରିଛି ପୋଲିସ ।ସୂଚନାନୁଯାୟୀ, ତାଙ୍କର ୨ ଜଣ ପୁଅ ଏବଂ ଜଣେ ଝିଅ ସାଙ୍ଗଙ୍କ ସହିତ ମିଶି ବିଳମ୍ବିତ ରାତିରେ ୧୩ ମହଲା କୋଠାରେ ପାର୍ଟି କରୁଥିଲେ । ଲେଟ୍ ନାଇଟ୍ ପାର୍ଟିରେ ବୟଫ୍ରେଣ୍ଡ ସହିତ ଝଗଡା ହେବା ପରେ ଯୁବତୀ ଜଣକ ସ୍ୟାଡ୍ ରିଲ ବନାଉଥିଲେ । ଏହାରି ମଧ୍ୟରେ ଗୋଡ଼ ଖସି ତାଙ୍କର ମୃତ୍ୟୁ ଘଟିଥିଲା ।ଏହି ଘଟଣା ପରେ ତାଙ୍କ ପୁଅ ସାଙ୍ଗମାନେ ସେହି ସ୍ଥାନରୁ ପଳାଇଥିଲେ । କିନ୍ତୁ ତାଙ୍କର ଝିଅ ସାଙ୍ଗ ରହି ୧୧୨ନମ୍ବରରେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ମୃତ ଯୁବତୀଙ୍କ ଫୋନରୁ ଏପର୍ୟ୍ୟନ୍ତ କୌଣସି ସେଭଳି କିଛି ରିଲସ୍ ଭିଡିଓ ପୋଲିସ ସାମ୍ନାକୁ ଆସିନାହିଁ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଭୁବନେଶ୍ୱର : ବଡ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷ ତ୍ରିପାଠୀ । ଆସନ୍ତା ଦଶହରାରେ ପୁଣି ମଞ୍ଚକୁ ଓହ୍ଲାଇବି କହିଲେ । ସିଂହବାହିନୀ ପାଇଁ...

ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ମୁମ୍ବାଇ ଟ୍ରେନ ବ୍ଲାଷ୍ଟ : ସୁପ୍ରିମକୋର୍ଟଙ୍କ ରହିତାଦେଶ

ମୁମ୍ବାଇ : ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ବମ୍ବେ ହାଇକୋର୍ଟଙ୍କ ରାୟ ପରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରହିତାଦେଶ । ବମ୍ବେ...