ଅହମଦାବାଦ : କେବଳ ଓଡିଶାର ପୁରୀ ଧାମ ନୁହେଁ ଓଡିଶା ବାହାରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକରେ ଗଡିଛି ରଥ । ପବିତ୍ର ରଥଯାତ୍ରା ଉପଲକ୍ଷେ ଅହମଦାବାଦରେ ଗଡିଛି ରଥ । ଆଜି ସକାଳେ ଅହମଦାବାଦରେ ୧୪୮ ତମ ରଥଯାତ୍ରା ପାଳିତ ହୋଇଯାଇଛି । ଭକ୍ତ ଭଗବାନଙ୍କର ମିଳନ ହୋଇଛି । ତିନି ରଥରେ ତିନି ଠାକୁରଙ୍କୁ ବସାଇ ରଥ ଟାଣିଛନ୍ତି ଭକ୍ତ ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରଥଯାତ୍ରା ପହଣ୍ଡି ବିଧି କରିବା ସହ ଛେରା ପହଁରା କରିଥିଲେ ପରେ ରଥଟଣା ଆରମ୍ଭ ହୋଇଥିଲା । ସକାଳେ ଅମିତ ଶାହ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ରଥଯାତ୍ରା ପାଇଁ ବାହାରିଥିବା ଏକ ଶୋଭାଯାତ୍ରାରେ ୧୮ଟି ହାତୀ, ୧୦୦ ଟ୍ରକ, ସଂକୀର୍ତ୍ତନ ମଣ୍ଡଳୀ ସହ ୩୦ଟି ଆଖଡା ସାମିଲ ଅଛନ୍ତି ଯେଉଁମାନେ ଦିନ ତମାମ ୧୬ କିମି ବାଟ ଯିବେ । ୧୦୦ଟି ଟ୍ରକ୍ ବିଭିନ୍ନ ଥିମକୁ ନେଇ ସୁସଜ୍ଜିତ ହୋଇଛି ।
Views: 14