କୋଲକତା : କୋଲକତାରେ ଲଜ୍ଜା । ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପ୍ରତିଷ୍ଠିତ କୋଲକତାର ଲ କଲେଜରେ ଘଟିଛି ଅମାନୁଷିକ କାଣ୍ଡ । ଯାହାକି ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜୁନ ୨୫ ତାରିଖରେ କଲେଜ ପରିସରେ ଜଣେ ଛାତ୍ରୀକୁ ଗଣ ଦୁଷ୍କର୍ମ କରାଯାଇଛି । ପୀଡିତାଙ୍କ ଅଭିଯୋଗ କ୍ରମେ, କସବା ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ଛାତ୍ର ଏବଂ ୨ଜଣ ବର୍ତ୍ତମାନର ଛାତ୍ର ସାମିଲ ଅଛନ୍ତି । ସୂଚନା ଅନୁଯାୟୀ, ୨୫ ଜୁନ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ପୀଡିତା ପୋଲିସକୁ ଦେଇଥବା ବୟାନରେ କହିଛନ୍ତି ଯେ, କଲେଜ କ୍ୟାମ୍ପସ ଭିତରେ ସନ୍ଧ୍ୟା ୭ଟା ୩୦ରୁ ୧୦ଟା ୫୦ ମଧ୍ୟରେ ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା । ଅଭିଯୋଗ କ୍ରମେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି କରିଛି ।
Views: 17