ଉମରକୋଟ (ବିଶ୍ଵଜିତ ମଲ୍ଲିକ) : ଏବେବି ଆଧୁନିକ ସମାଜରେ ବାପା ମା ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ଏପରିକି କିଛି ଦମ୍ପତି ଝିଅ ଗର୍ଭରେ ଅଛି ବୋଲି ଜାଣିବା ମାତ୍ରେ ଭ୍ରୁଣ ହତ୍ୟା କରି ଦେଇଥାଆନ୍ତି। କିନ୍ତୁ ଏହି ସମାଜରେ ଏପରି ବି ଦମ୍ପତି ଅଛନ୍ତି ଯେ ଝିଅଟି ଜନ୍ମ ହେବା ପରେ ତାକୁ ବିରାଟ ବଡ ଆଡମ୍ବରରେ ଘରକୁ ନେଇ ଯାଇଛନ୍ତି।
ହସ୍ପିଟାଲରୁ ଝିଅକୁ ନେବା ବେଳେ ବର ବାହା ହେବା ବେଳେ ଯେମିତି କାରକୁ ସଜ୍ଜା ହେଇଥାଏ ଠିକ ସେପରି ନିଆଯାଇଥିଲା। ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ଉମରକୋଟ ଉପଖଣ୍ଡ ହସ୍ପିଟାଲ ଠାରେ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରର ଡଙ୍ଗରିଗୁଡ଼ା ଗ୍ରାମର ପ୍ରଣୟ ବାଲ। ଓ ପିପି ପଲିଶ୍ରୀଙ୍କର ଉମରକୋଟ ହସ୍ପିଟାଲ ଠାରେ ଶନିବାର ଦିନ ଏକ ଝିଅଟି ଜନ୍ମ ହେଇଥିଲା।ଏହା ତାଙ୍କର ପ୍ରଥମ ସନ୍ତାନ ହୋଇଥିଲା। ଛୁଆଟିର ହସ୍ପିଟାଲରୁ ଡିସଚାର୍ଜ ହେ। ପରେ ଖୁସି ରେ ପରିବାର ଲୋକ ଗୋଟାଏ କାରକୁ ବର ଯିବା ପରି ସଜାଇ ଘରକୁ ନେଇ ଥିଲେ। ଏହା କନ୍ୟା ସନ୍ତାନର ଜନ୍ମକୁ ନେଇ ଯେଉଁ ମାନେ ଘୃଣା କରନ୍ତି ତାଙ୍କୁ ଏକ ପ୍ରକାର ଶିକ୍ଷା ବୋଲି ଆଲୋଚନା ହେଉଛି।
କନ୍ୟା ସନ୍ତାନ ଜନ୍ମ ହେବା ଖୁସିରେ କାର ସଜେଇ ଘରକୁ ନେଲେ ପିତା ମାତା

Facebook
Twitter
LinkedIn
Facebook
Twitter
LinkedIn
Recent News
ଦେଶୀ ମଦ ବୋଝେଇ ଗାଡି ଜବତ
ସୋରେ : ଦେଶୀ ମଦ ବୋଝେଇ ଗାଡି ଜବତ । ମବାସୀ ଗୋଡେଇ ଗୋଡେଇ ଧରିଲେ ମଦ ଗାଡି । ଗାଡ଼ିରୁ ବାହାରିଲା ବିପୁଳ ପରିମାଣର ଦେଶୀ...
ନୂଆ ଲୁକରେ ରଶ୍ମିକା , “ମାଇଁସା”ରେ ନଜର ଆସିବେ
ମୁମ୍ବାଇ : ଆଗାମୀ ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଜାରି କଲେ ରଶ୍ମିକା ମନ୍ଦାନା । ଛାବାର ଦମଦାର ସଫଳତା ପରେ ରଶ୍ମିକା ମନ୍ଦାନା ଏହି ସମୟରେ...
ରଥରେ ଗଜପତିଙ୍କ ଛେରା ପହଁରା
ପୁରୀ : ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଇଛି । ଗଜପତି ମହରାଜ ଆଜି ଶ୍ରୀନଅରରୁ...
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ
ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...