The Ultimate Managed Hosting Platform
ADVERTISEMENT

ଜମି ପାଇଁ ବଡ଼ ଭାଇର ଜୀବନ ନେଲା ସାନ ଭାଇ ଓ ପୁତୁରା

Facebook
Twitter
LinkedIn

କଟକ (ଅମୂଲ୍ୟ କୁମାର ବାରିକ): ଜମି ପାଇବା ଲୋଭରେ ବଡ ଭାଇ ଅଶୋକ ବାରିକକୁ ମଝିଆ ଭାଇ, ସାନ ଭାଇ , ଭାଇବୋହୂ ଏବଂ ପୁତୁରା ମିଶି କଟୁରିରେ ବେକକୁ କାଟି ହତ୍ୟା କରିବା ଘଟଣାରେ କମିଶନରେଟ୍ ପୋଲିସ ତିନି ଜଣଙ୍କୁ ଗିରଫ କରିଥିଲା ବେଳେ ଘଟଣାର ମୁଖ୍ୟ ସୂତ୍ରଧର ମଝିଆ ଭାଇ ପ୍ରକାଶ ବାରିକ ଫେରାର ଅଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଦାମବାଡ଼ି ଶଙ୍କରପୁର ଉପର ସାହିର ଅଶୋକର ସାନ ଭାଇ ଉମେଶ ବିରିକ, ଭାଇ ବୋହୂ ସରସ୍ଵତୀ ବାରିକ, ପୁତୁରା ସ୍ଵୟଂପ୍ରଭୁ ଶ୍ରୀଚରଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସଂପୃକ୍ତ ଅଭିଯୁକ୍ତ ମାନ ୧୭ ତାରିଖ ଦିନ ରାତିରେ ବକ୍ସିବଜାର ସିଡିଏ ପେରିଫେରି ମାର୍କେଟ ନିକଟରେ ଅଶୋକ ଶୋଇଥିବା ଅବସ୍ଥାରେ ହତ୍ୟା କରି ପଳାଇ ଆସିଥିଲେ । ପୋଲିସ ଘଟଣାର ତଦନ୍ତକରି ସିସିଟିଭି ଫୁଟେଜ ମାଧ୍ୟମ ରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଧରି ମାଜିଷ୍ଟ୍ରେଟ ଙ୍କ ନିକଟରେ ହାଜର କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

ନୂଆଦିଲ୍ଲୀ : ଦିନକୁ ଦିନ ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ-ଇରାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ବୃଦ୍ଧି ପାଉଛି । ୮ ଦିନ ଧରି ଲଗାତାର ହେଉଛି...

ADVERTISEMENT

Login