ବ୍ୟୁରୋ : ଗରମ ଦିନରେ ଲୋକମାନେ ଆଇସକ୍ରିମ୍ ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଏହାକୁ ଖାଇବା ପରେ ତୁରନ୍ତ କିଛି ଜିନିଷ ଖାଇବା ଉଚିତ୍ ନୁହେଁ । ଯେପରିକି ଆଇସକ୍ରିମ୍ ଖାଇବା ପରେ ଆପଣ ଥଣ୍ଡା ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ଆଇସକ୍ରିମ୍ ଖାଇବା ପରେ ଅତି କମରେ ୪୦ ମିନିଟ୍ ପର୍ୟ୍ୟନ୍ତ କିଛି ନ ଖାଇବାକୁ ଚେଷ୍ଟା କରନ୍ତୁ ।
ଆଇସକ୍ରିମ ଖାଇବା ପରେ ଭୁଲରେ ମଧ୍ୟ ମଦ୍ୟପାନ କରିବା ଉଚିତ୍ ନୁହେଁ । ଏହା ବାନ୍ତି, ଝାଡ଼ା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି କରିପାରେ । ଆଇସକ୍ରିମ୍ ଖାଇବା ପରେ ଆପଣ ମଟନ୍, ବଟର, ଘିଅ ଜାତୀୟ ଖାଦ୍ୟ, ବିରିୟାନି, ଚାଇନିଜ୍ ଫୁଡ୍, ଜଙ୍କ ଫୁଡ୍ ଇତ୍ୟାଦି ଭାରି ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ଅତ୍ୟଧିକ ଆଇସକ୍ରିମ୍ ଖାଇବା ଉଚିତ୍ ନୁହେଁ କାରଣ ଏହା ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ।
ଏହା ବ୍ୟତୀତ ଆଇସକ୍ରିମ୍ ଖାଇବା ପରେ ଗରମ ଖାଦ୍ୟ ଖାଆନ୍ତୁ ନାହିଁ । ଯେପରିକି ଚା, କଫି, ସୁପ୍, ଗ୍ରୀନ୍ ଟି ଇତ୍ୟାଦି । ଥଣ୍ଡା ପରେ ତୁରନ୍ତ କିଛି ଗରମ ଖାଇବା ଦ୍ୱାରା ଆପଣଙ୍କ ଦାନ୍ତ ଉପରେ ଖରାପ ପ୍ରଭାବ ପଡିପାରେ ।
ଆଇସକ୍ରିମ ଖାଇବା ପରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ !

Facebook
Twitter
LinkedIn
Facebook
Twitter
LinkedIn
Recent News
ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ । ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଛି...
ଜମି ପାଇଁ ବଡ଼ ଭାଇର ଜୀବନ ନେଲା ସାନ ଭାଇ ଓ ପୁତୁରା
କଟକ (ଅମୂଲ୍ୟ କୁମାର ବାରିକ): ଜମି ପାଇବା ଲୋଭରେ ବଡ ଭାଇ ଅଶୋକ ବାରିକକୁ ମଝିଆ ଭାଇ, ସାନ ଭାଇ , ଭାଇବୋହୂ ଏବଂ ପୁତୁରା ମିଶି...
ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ
ନୂଆଦିଲ୍ଲୀ : ଦିନକୁ ଦିନ ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ-ଇରାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ବୃଦ୍ଧି ପାଉଛି । ୮ ଦିନ ଧରି ଲଗାତାର ହେଉଛି...
ଆଇଏଏସ ବିଷ୍ଣୁପଦଙ୍କ ଅଡୁଆ ବଢିଲା
ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆଡୁଆ ବଢିଲା । ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ । ୧୦ ଲକ୍ଷ ଲାଞ୍ଚ ଘଟଣାରେ ଘରେ ରେଡ କରିଥିଲା...