ପୁରୀ : ଏପରି ଅଭାବନୀୟ ଘଟଣା ଘଟିଛି ପୁରୀ ବାଲିଘାଟ ସୁଭଦ୍ରା ନଗରରେ । ଜନ୍ମକଲା ମାଆକୁ ହତ୍ୟା କରିଛି ପୁଅ । ମାଆକୁ ମାରିବା ସହ ପରିବାରର ଆଉ ୪ ଜଣ ସଦସ୍ୟଙ୍କୁ ମଧ୍ୟ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ବୁନିଲତା ଦୀକ୍ଷିତ । ତେବେ ପରିବାରର ଅନ୍ୟ ତିନିଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସଂପର୍କରେ ସୂଚନା ପାଇଁ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଅତିରିକ୍ତ ଏସ୍ପି ଓ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ।
Views: 253