The Ultimate Managed Hosting Platform
ADVERTISEMENT

ବିମାନରେ ପିଟି ହେଲା ପକ୍ଷୀ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ

Facebook
Twitter
LinkedIn

ଭୁବନେଶ୍ୱର : ଇଣ୍ଡିଗୋ ବିମାନରେ ପିଟି ହେଲା ପକ୍ଷୀ । ଜରୁରୀକାଳୀନ ଅବତରଣ କଲା ବିମାନ । ବୁଧବାର ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬ଋ- ୬୧୦୧ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟେକ୍-ଅଫ୍ ପୂର୍ବରୁ ଏକ ପକ୍ଷୀ ଧକ୍କାର ସମ୍ମୁଖୀନ ହୋଇଥିଲା ।
ବିମାନ କକ୍ପିଟ୍ର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା । ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାରୁ ପାଇଲଟ୍ ବିମାନକୁ ପୁଣି ଅବତରଣ କରିବାକୁ ଏଟିସିକୁ ଅନୁମତି ମାଗିଥିଲେ । ଏଟିସି ତୁରନ୍ତ ଅନୁମତି ଦେବା ପରେ ବିମାନଟି ଅବତରଣ କରିଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆ ଯାଇପାରିଥିଲା । ଏହି ଘଟଣା ଯୋଗୁଁ କିଛି ସମୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ କ୍ଷୟକ୍ଷତିର ନେଇ କୌଣସି ସୂଚନା ଦିଆଯାଇନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ । ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଛି...

ADVERTISEMENT
ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

ନୂଆଦିଲ୍ଲୀ : ଦିନକୁ ଦିନ ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ-ଇରାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ବୃଦ୍ଧି ପାଉଛି । ୮ ଦିନ ଧରି ଲଗାତାର ହେଉଛି...

Login