ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେବେ । ମୋଦିଙ୍କ ଗସ୍ତ ପାଇଁ ପୋଲିସ କମିଶନର ଅଧ୍ୟକ୍ଷତାରେ ବସିଥିଲା ମସୀକ୍ଷା ବୈଠକ । ମୋଦିଙ୍କ ସୁରକ୍ଷାରେ ନିୟୋଜିତ ରହିବେ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ୫୯ ଜଣ ଡିସିପି ରାଙ୍କର ଅଫିସର, ୩୩ ଜଣ ଅତିରିକ୍ତ ଡିସିପି, ୯୩ ଜଣ ଡିଏସପି, ୧୦୬ ଜଣ ଇନସପେକ୍ଟର ଏବଂ ୪୫୦ଜଣ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ରହିବେ ।ଭୁବନେଶ୍ୱରରେ ୧୨ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ସହରକୁ ଏଣ୍ଟ୍ରି କରୁଥିବା ସମସ୍ତ ରୁଟରେ ୧୨ଟି ପାର୍କିଂର ବ୍ୟବସ୍ଥା କରିଛି । ଯେପରି ସହର ଭିତରେ ଲୋକ ଗାଡି ଭର୍ତ୍ତି କରିବେ ନାହିଁ । ଅଯଥାରେ ଟ୍ରାଫିକ ପରିଚାଳନା ବିପର୍ୟ୍ୟସ୍ତ ହେବ ନାହିଁ । ସେନେଇ ଟ୍ରାଫିକ ପୋଲିସ ମାନଙ୍କୁ ମଧ୍ୟ ପରିଚାଳନା ପାଇ ଦାୟିତ୍ବ ଦିଆଯାଇଛି । କେବଳ ରୋଡ ସୋର ସୁରକ୍ଷା ପାଇଁ ୨୫ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।
Views: 18