ଭୁବନେଶ୍ୱର : ରାଜ୍ୟରେ ଏବେ ଡାଇରିଆ ଆତଙ୍କ । ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଏହାରି ଭିତରେ ଗତକାଲି ଝାଡାବାନ୍ତି ବ୍ୟାପିଥିବା ଅଞ୍ଚଳରେ ଯାଞ୍ଚ ପରେ ରିପୋର୍ଟ ଦେଇଛନ୍ତି କେନ୍ଦ୍ରୀୟ ଟିମ । ପାଣି ପାଇଁ ବ୍ୟାପିଛି ଡାଇରିଆ । ସ୍ୱାସ୍ଥ୍ୟସଚିବ ଅଶ୍ୱଥି ଏସଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରୀୟ ଟିମ । ସମସ୍ତ ଜଳ ଉତ୍ସର ବିଶୋଧନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛି ଟିମ । ପ୍ରତି ୩ଦିନରେ ଜଳ ଉତ୍ସର ବିଶୋଧନ କରାଯିବ । ଆକ୍ରାନ୍ତଙ୍କ କେସ୍ ହିଷ୍ଟ୍ରି ମେଣ୍ଟେନ ହେବ । ପ୍ରତ୍ୟେକ ଜିଲ୍ଲାରେ କୋର ଟିମ ଗଠନ ହେବ ।ଏହାର ଆବାହକ ରହିବେ ସିଡିଏମଓ । ଟିମରେ ସଦସ୍ୟ ରହିବେ ସ୍ୱାସ୍ଥ୍ୟ ଓ ଅନ୍ୟ ବିଭାଗର ଅଧିକାରୀ ମଧ୍ୟ ରହିବେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସ୍ଥିତିର ସମୀକ୍ଷା ହେବ ଓ ପରଦିନ ପାଇଁ ପ୍ଲାନ ପ୍ରସ୍ତୁତ କରାଯିବ ।
Views: 20