The Ultimate Managed Hosting Platform
ADVERTISEMENT

ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ରୀୟ ଟିମ ସଦସ୍ୟଙ୍କ ସୂଚନା, କହିଲେ କେସ ଲୋଡ ବଢୁନି

Facebook
Twitter
LinkedIn

ଭୁବନେଶ୍ୱର : ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ରୀୟ ଟିମ ସଦସ୍ୟଙ୍କ ସୂଚନା । କେନ୍ଦ୍ରୀୟ ଟିମ ସଦସ୍ୟ ଭାଗିରଥୀ ଦ୍ୱିବେଦୀଙ୍କ ପ୍ରତିକ୍ରିୟା । ଜଳର ମାନ ବୃଦ୍ଧି କରିବା ସହ ସତର୍କ ରହିବାକୁ କୁହାଯାଇଛି । ଜନସଚେତନତା ବଢାଇବା ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ହେବ । ପାଣି କିମ୍ବା ଅନ୍ୟ ସୋର୍ସରୁ ଏହା ବ୍ୟାପିଛି କହିବା କଷ୍ଟକର । ବିଭିନ୍ନ ସୋର୍ସରୁ ନମୁନା ନେଇ ପରୀକ୍ଷା କରାଯାଉଛି । ରୋଗୀ ନମୁନା ପରୀକ୍ଷାରୁ କଲେରା ସ୍ପଷ୍ଟ ହୋଇଛି । ଫିଲ୍ଡ ଭିଜିଟରୁ ଜଣାପଡୁଛି, କେସ ଲୋଡ ବଢୁନି ବୋଲି କହିଛନ୍ତି କେନ୍ଦ୍ର ଟିମ ସଦସ୍ୟ ।
ସୂଚନା ଅନୁସାରେ, ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଡାଇରିଆ । ଏବେ ବାଲେଶ୍ବରକୁ ଡେଇଁଛି ଡାଇରିଆ । ବାଲେଶ୍ବର ଜିଲ୍ଲା ସୋରରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପଟେ ଯାଜପୁରରେ ବଢ଼ିଲା ମୃତ୍ୟୁ ସଂଖ୍ୟା। ଯାଜପୁର ରୋଡ଼ ମେଡ଼ିକାଲରେ ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏଥିସହ ବେସରକାରୀ ଭାବେ କେବଳ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ୧୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login