The Ultimate Managed Hosting Platform
ADVERTISEMENT

ଅମୃତା ରାଓ ଏବେ ଖୋଲିଲେ ନିଜ ସିକ୍ରେଟ୍‌ ୨୦୧୬ ନୁହେଁ ବରଂ ୨୦୧୪ରେ ବିବାହ କରିଥିଲେ

Facebook
Twitter
LinkedIn

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓଙ୍କୁ ଦର୍ଶକ ବେଶ୍ ପସନ୍ଦ କରିଥାନ୍ତି । ଅଭିନେତ୍ରୀ ଅମୃତା ସବୁବେଳେ ନିଜ ପର୍ସନାଲ ଲାଇଫ୍‌କୁ ଲାଇମ୍‌ଲାଇଟ୍‌ରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି । ଏପିରିକି ସେ ନିଜ ବିବାହକୁ ମଧ୍ୟ ସମସ୍ତଙ୍କଠୁ ଲୁଚେଇ ରଖିଥିଲେ । ବାହାଘରର ଦୁଇ ବର୍ଷ ପରେ ଏହାର ଖୁଲାସା ହୋଇଛି । ତାହା ପୁଣି ନିଜେ ଅମୃତା ରାଓ ଓ ତାଙ୍କ ସ୍ୱାମୀ ଆର୍‌ଜେ ଅନ୍‌ମୋଲ କରିଥିଲେ । ସାକ୍ଷାତକାର ସମୟରେ ଅମୃତା ରାଓ ଏବଂ ଆର୍‌ଜେ ଅନ୍‌ମୋଲ କହିଛନ୍ତି ଯେ, ଲମ୍ବା ସମୟ ଧରି ରିଲେସନ୍‌ରେ ରହିବା ପରେ ବିବାହ କରିବାକୁ ସ୍ଥିର କରିଥିଲୁ । ୨୦୧୬ରେ ବିବାହ ବିଷୟରେ ଆମେ ସମସ୍ତଙ୍କୁ ସୂଚନା ଦେଇଥିଲୁ । କିନ୍ତୁ ଏହା ୨୦୧୬ରେ ନୁହଁ ବରଂ ୨୦୧୪ରେ ବିବାହ କରିଥିଲୁ । ଅମୃତାଙ୍କ ବ୍ୟକ୍ତିଗତ କାରଣ ଲାଗି ଏହି ଖବରକୁ ଗୁପ୍ତରେ ରଖିଥିଲୁ । ବିବାହ ନେଇ ଆମେ କୌଣସି ବାହାର ଲୋକଙ୍କୁ କହିନଥିଲୁ । ବିବାହ ଖବର ଯେପରି ଅମୃତାଙ୍କ କ୍ୟାରିୟରରେ କିଛି ପ୍ରଭାବ ପକାଇବନାହିଁ । ସେଥିପାଇଁ ମଧ୍ୟ ନଜର ରଖାଯାଇଥିଲା । ଅନ୍‌ମୋଲ ଆହୁରୀ ମଧ୍ୟ କହିଥିଲେ ଯେ, ଅମୃତାଙ୍କୁ ବଡ଼ ବ୍ୟାନ୍‌ରରୁ ୩ ଟି ଫିଲ୍ମ ଅଫର ହୋଇଥିଲା । ତାଙ୍କ କ୍ୟାରିୟର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଥିଲା । ଏମିତି କି ଥରେ ମୁଁ ଅମୃତାଙ୍କୁ ବିବାହ କରିବାକୁ ପଚାରିଥିଲି । ସେ ସିଧା ମନା କରିଦେଇଥିଲେ । ସେ କହିଥିଲେ କି ମୁଁ ଏବେ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛି । ରିଲିଜ୍‌ ହେବା ପରେ ଆଗକୁ ବଡ଼ ବଡ଼ ବ୍ୟାନରର ଫିଲ୍ମ କରିବାକୁ ଅଛି । ତେଣୁ ଏସବୁ ଭିତରେ ଯଦି ବିବାହ କଥା ପଦାକୁ ଆସ, ତେବେ ଏହା ମୋ କ୍ୟାରିୟରରେ ପ୍ରଭାବ ପକାଇପାରେ । ସେପଟେ ତାଙ୍କ ବିବାହ ଖବର ମିଡିଆରେ ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ସେ ନର୍ଭସ ଥିଲେ । ପରେ ଉଭୟ ସିକ୍ରେଟ୍‌ ବିବାହ କରିବାକୁ ମନସ୍ଥ କରିଥିଲୁ । ଯଦି ଆମେ ଆମ ଲଭ୍‌ ଲାଇଫ୍‌କୁ ୪-୫ ବର୍ଷ ଲୁଚାଇ ରଖିପାରୁଛେ, ତେବେ ବିବାହକୁ କାହିଁକି ଲୁଚାଇ ରଖିପାରିବାନାହିଁ ଅନ୍‌ମୋଲ୍‌ ଅମୃତାଙ୍କୁ କହିଥିଲେ ।

ଶେଷରେ ଅମୃତା ଓ ଅନ୍‌ମୋଲ ମେ ୨୫ ,୨୦୧୪ରେ ବିବାହ କରିଥିଲେ । ଏବେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ଯାହା ଏବେ ଅମୃତା ରାଓ ଖୁଲାସା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ଝାଡଖଣ୍ଡ : ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ...

ADVERTISEMENT
ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁର ସରକାରୀ...

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର : ୨୦୨୩ ବର୍ଷର ସର୍ବାଧିକ ଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିବା ନିଶ୍ଚିତ ରୂପେ ଗର୍ବ ଓ...

Login