ଭୁବନେଶ୍ୱର : । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ବିଜ୍ଞାନ, ବାଣିଜ୍ୟ, କଳାରେ ରେଭେନ୍ସାରେ ଯାଇଛି ସର୍ବାଧିକ କଟ୍ ଅଫ୍ । ରାଜ୍ୟର ଅନ୍ୟ କଲେଜ ଅପେକ୍ଷା ରେଭେନ୍ସା କଲେଜରେ କଟଅଫ୍ ମାର୍କ ସର୍ବାଧିକ ରହିଥିବା ଜଣାପଡିଛି । ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦% ରହିଛି । ପ୍ରାଣି ବିଜ୍ଞାନରେ ୯୪%, ଫିଜିକ୍ସରେ ୯୩.୬୭% କଟ୍ ଅଫ ମାର୍କ । ରେଭେନ୍ସା ବିଶ୍ବବିଦ୍ୟାଳୟର ବାଣିଜ୍ୟରେ କଟ୍ ଅଫ ରହିଛି ୯୦.୫୦% । ସେହିପରି ବିଜେବି କଲେଜର କଂପୁ୍ୟଟର ସାଇନ୍ସରେ ୮୮.୫୩% କଟ୍ ଅଫ ନିଆଯାଇଛି । ଜୁଲାଇ ୧୦ରୁ +୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୟନ ହୋଇଥିବା କଲେଜରେ ପଢ଼ିବା ପାଇଁ ଆଗ୍ରହୀ ଥିଲେ ଛାତ୍ରୀଛାତ୍ରମାନେ ଫ୍ରିଜ୍ ଅପସନ୍ ଦେବେ ।
Views: 7