ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ବିମାନ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ବିମାନରେ ନିଆଁ ଲାଗି ଯାଇଥିବା ସୂଚନା । ବଡ ଧରଣର ଦୁର୍ଘଟଣା , ଆକାଶରେ କଳା ଧୂଆଁର ଆସ୍ତରଣ । କେଉଁ ପ୍ରକାରର ବିମାନ ଥିଲା, କଁଣ କ୍ଷତି ହୋଇଛି ସ୍ପଷ୍ଟ ହୋଇନି । ଏଥିରେ ୨୪୨ ଜଣ ଯାତ୍ରୀ ଥିବା ସୂଚନା ରହିଛି । ପ୍ରାଥମିକ ରିପୋର୍ଟ ମୁତାବକ, ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଫାୟାର ବିଗ୍ରେଡ୍ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଥିଲେ ବି ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ ନିଆଁ ଲିଭାଇବା କଷ୍ଟସାଧ୍ୟ ହେଉଛି । ଏୟାର ଇଣ୍ଡିଆ AI-171 ବିମାନ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଦିନ ପାଖାପାଖି ସାଢ଼େ ୧ଟାରେ ଉଡ଼ାଣ ଭରୁଥିବାବେଳେ ଖସିପଡ଼ିଥିବା କୁହାଯାଉଛି । ଏନେଇ ବିଶେଷ କିଛି ସୂଚନା ମିଳିନଥିବାବେଳେ ଏହି ଦୁର୍ଘଟଣା ଅହମ୍ମଦାବାଦ ମେଘାନୀ ନଗର ଅଞ୍ଚଳରେ ହୋଇଛି ଏବଂ ଘଟଣାସ୍ଥଳରେ ଜୋରଦାର ଉଦ୍ଧାର କାର୍ୟ୍ୟ ଚାଲିଥିବା ସୂଚନା ରହିଛି ।
Views: 14