ବ୍ୟୁରୋ : ଶରୀରରେ ଆଇରନ ଅଭାବ ହେତୁ କ୍ରମାଗତ ଥକ୍କା, ଦୁର୍ବଳତା ଏବଂ ନିଶ୍ୱାସ ନେବାରେ ଅସୁବିଧା ହୁଏ । ଆଇରନ ସ୍ତର କମ୍ ହେତୁ ଜଣେ ରକ୍ତହୀନତାର ଶିକାର ମଧ୍ୟ ହୋଇପାରେ । ଏହା ହେମୋଗ୍ଲୋବିନକୁ ହ୍ରାସ କରିଥାଏ ଏବଂ ଅନେକ ରୋଗ ସୃଷ୍ଟି କରିପାରେ । ଏଥିରୁ ବଞ୍ଚିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ଆପଣ ଆଇରନ ସପ୍ଲିମେଣ୍ଟ ନେଇପାରିବେ । ଏହା ବ୍ୟତୀତ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ଆଇରନ ଅଭାବ ମଧ୍ୟ ପୂରଣ ହୋଇପାରିବ । ବିଟ୍ ରୁଟ, ପାଳଙ୍ଗ ଏବଂ ମଟର ପରି ଅନେକ ପନିପରିବା ଆଇରନରେ ଭରପୂର ହୋଇଥାଏ ।
ବିଟ୍ ରୁଟ ଜୁସ ଶରୀରରେ ରକ୍ତ ପରିମାଣ ବଢ଼ାଇଥାଏ । ଯେଉଁଥିପାଇଁ ଅମ୍ଳଜାନ ଯୋଗାଣରେ ଉନ୍ନତି ହୁଏ । ଯଦି ଆପଣ ଚାହାଁନ୍ତି, ଆପଣ ବିଟ୍ ରୁଟ ଜୁସରେ ପାଳଙ୍ଗ ମଧ୍ୟ ମିଶାଇ ପାରିବେ । ପାଳଙ୍ଗକୁ ଆଇରନର ଏକ ଭଲ ଉତ୍ସ ଭାବରେ ବିବେଚନା କରାଯାଏ ।
ଗବେଷକଙ୍କ ଅନୁଯାୟୀ ୨୪ ରୁ ୨୫ ର୍ବଷ ବୟସ ର୍ପଯ୍ୟନ୍ତ ଆଇରନ ଯୁକ୍ତ ପନିପରିବା ନିହାତି ଖାଇବା ଦରକାର । ଆଇରନ ମାତ୍ରା ଶରୀରରେ ଆବଶ୍ୟକତା ଠାରୁ କମିଲେ ଶରୀର ପୀଡା, ମୁଣ୍ଡ ବିନ୍ଧା ପରି ସମସ୍ୟା ମଧ୍ୟ ଦେଖାଯାଏ । ରକ୍ତରେ ଆରବିସିର ଗଠନ ପାଇଁ ମଧ୍ୟ ଆଇରନ ନିହାତି ଆବଶ୍ୟକ ।
ଶରୀରରେ ଆଇରନର ଅଭାବ ଥିଲେ ଡାଏଟରେ ସାମିଲ କରନ୍ତୁ ଏହି ଜୁସ…
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











