ଧର୍ମଶାଳା : ମେଡିକାଲରେ ପହଁଚି ସ୍ଥିତି ଅନୁଧ୍ୟାନ କଲେ ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଯାଜପୁରରେ ଅଣାୟତ ହେଲାଣି ଝାଡ଼ା ବାନ୍ତି ଘଟଣା। ଗତକାଲି ଆଉ ଆଜି ମଧ୍ୟରେ ଧର୍ମଶାଳା ମେଡିକାଲ ରେ ୫୦୦ ରୁ ଉର୍ଦ୍ଧ୍ ରୋଗୀ ଭର୍ତ୍ତି ହେଲେଣି। ଧର୍ମଶାଳାର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତରେ ରୋଗୀ ମେଡିକାଲରେ ଚିକିତ୍ସିତ ମଧ୍ୟ ହେଉଛନ୍ତି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କିଛି ରୋଗୀ ସୁସ୍ଥ ହୋଇ ଫେରୁଛନ୍ତି।ତେବେ ରୋଗୀଙ୍କ ସଂଖ୍ୟା ବଢିବା ଆଶଙ୍କାରେ ମେଡିକାଲ ରେ ଅଧିକ ସଂଖ୍ୟାରେ ବେଡ ବ୍ୟବସ୍ଥା କରାଯାଇ ଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରୋଗୀ ଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଅଞ୍ଚଳ ରେ ମେଡିକାଲ ଟିମ୍ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି। ଗତକାଲି ଠାରୁ ୨୦୦ ରୁ ଉର୍ଦ୍ଧ ରୋଗୀ ମେଡିକାଲ ରେ ଚିକିତ୍ସିତ ହୋଇଛନ୍ତି ।କାହିଁକି ଝାଡ଼ା ବାନ୍ତି ବ୍ୟାପୁଛି ତାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦାରଖ ମଧ୍ୟ କରାଯାଉଛି।
ଯାଜପୁର ଝାଡ଼ାବାନ୍ତି ଘଟଣା : ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ହିମାଂଶୁ ଶେଖର

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...