ଯାଜପୁର : ଯାଜପୁରରେ ବ୍ୟାପୁଛି ଝାଡାବାନ୍ତି , ଦୁଇ ଦିନରେ ୫୦୦ରୁ ଉଦ୍ଧ୍ୱର୍ ଆକ୍ରାନ୍ତ । ଯୁବକ, ଶିଶୁ, ମହିଳା, ବୟସ୍କ, ସବୁ ବର୍ଗର ଲୋକେ ଆକ୍ରାନ୍ତ । ଦୁଇ ମ୍ୟୁନିସପାଲଟି, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦିରେ ବ୍ୟାପୁଛି ଝାଡାବାନ୍ତି । କେଉଁ କାରଣ ପାଇଁ ଝାଡାବାନ୍ତି ବ୍ୟାପୁଛି ଜଣାପଡିନାହିଁ । ଯାଜପୁର ରୋଡ ଓ ଦାନଗଦିରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ସମସ୍ତ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଓ ଅନ୍ୟାନ୍ୟ ଚିକିତ୍ସାଳୟରେ ଭର୍ତ୍ତି ।
ଯାଜପୁର ଝାଡାବାନ୍ତି ଘଟଣାରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକଙ୍କ ପ୍ରତିକ୍ରିୟା । ଏଯାଏଁ ନିୟନ୍ତ୍ରଣକୁ ଆସିନି ଯାଜପୁର ଝାଡାବାନ୍ତି । ଆକ୍ୟୁଟ ଡାଇରିଆ କାରଣରୁ କିଛି ରୋଗୀ ଗୁରୁତର । ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିଛି, ପ୍ରକୃତ କାରଣ ଯାଞ୍ଚ ଚାଲିଛି । ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଡାଇରିଆ ସନେ୍ଦହ କରାଯାଉଛି । ୨୦ରୁ ଉଦ୍ଧ୍ୱର୍ କଟକ ଏସସିବି ମେଡିକାଲ ସ୍ଥାନାନˆର କରାଯାଇଛି । ରାଜ୍ୟସ୍ତରୀୟ ୨ଟି ଡାକ୍ତର ଟିମ ଘଟଣାସ୍ଥଳକୁ ଯାଇଛନ୍ତି ।
Views: 46