ନୂଆଦିଲ୍ଲୀ : ଆସନ୍ତାକାଲି ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଆଣିଥିବା ଡ୍ରାଗନ୍ କ୍ୟାପସୁଲ୍ ତାଙ୍କୁ ଆଇଏସଏସକୁ ନେଇଯିବ । ଡ୍ରାଗନ୍ କ୍ୟାପସୁଲ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ମହାକାଶଚାରୀଙ୍କ ସହିତ ନିର୍ଦ୍ଧାରିତ ସମୟ ଅନୁସାରେ ଆଇଏସଏସକୁ ଉଡାଣ ଭରିବ। ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆମେରିକାର କେପ୍ କାନାଭେରାଲରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଆଇଏସଏସକୁ ଯାତ୍ରା କରିବେ। ଶୁଭାଂଶୁ ଶୁକ୍ଲାଙ୍କୁ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ୟାପସୁଲରେ ମହାକାଶକୁ ପଠାଯିବ । ଡ୍ରାଗନ୍ କ୍ୟାପସୁଲ୍ ସହିତ ମହାକାଶ ଯାତ୍ରା ସହଜ ଏବଂ ଶସ୍ତା ହୋଇଛି। ପୂର୍ବରୁ ଶୁଭାଂଶୁ ଶୁକ୍ଳା ଜୁନ୍ ୮ ତାରିଖରେ ଆଇଏସଏସକୁ ଯିବାର ଥିଲା। କିନ୍ତୁ ଏହି ତାରିଖକୁ ବଦଳାଇ ଜୁନ୍ ୧୧ ତାରିଖକୁ ପରିବର୍ତ୍ତନ କରାଯାଇଛି। ଶୁଭାଂଶୁଙ୍କୁ ଏହି ଯାତ୍ରା ପାଇଁ ସ୍ପେସ୍ ଏକ୍ସ ଏବଂ ଆକ୍ସିଅମ୍ ସ୍ପେସ୍ ଦ୍ୱାରା ସ୍ୱତନ୍ତ୍ର ତାଲିମ ଦିଆଯାଇଛି।
ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅଗଷ୍ଟ ୩୧ରେ ସ୍ପେଶାଲ ଓଟିଇଟି
ଭୁବନେଶ୍ୱର : ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ ଓଟିଇଟି । ସ୍ପେଶାଲ ଓଟିଇଟି ନେଇ ବୋର୍ଡ ପକ୍ଷରୁ ସୂଚନା । ଦୁଇଟି ସିଟିଂରେ ହେବ ସ୍ପେଶାଲ...
ସପ୍ତାହେ ଘୁଞ୍ଚିଲା ଟ୍ରମ୍ପଙ୍କ ଟାରିଫ
ନୂଆଦିଲ୍ଲୀ : ଆମେରିକାର ୨୫ ପ୍ରତିଶତ ଟାରିଫ ପ୍ଲାନ ଏକ ସପ୍ତହା ଘୁଞ୍ଚିଲା । ୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି...
ଅନିଲ ଅମ୍ବାନୀଙ୍କୁ ଇଡି ସମନ
ନୂଆଦିଲ୍ଲୀ : ଇଡି ଜାଲରେ ଅନିଲ ଅମ୍ବାନୀ । ରିଲାୟାନ୍ସ ଗ୍ରୁପର ଏମଡି ଅନିଲ ଅମ୍ବାନୀଙ୍କୁ ଇଡି ସମନ କରିଛି । ୧୭,୦୦୦କୋଟି ଟଙ୍କାର ଋଣ ଠକେଇ...
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ
ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...