ନୂଆଦିଲ୍ଲୀ : ଉତ୍ତରାଖଣ୍ଡ କେଦାରନାଥରେ ଟଳିଲା ବଡ ଦୁର୍ଘଟଣା । ହାଇୱେରେ ହେକିକପ୍ଟରରର ଜରୁରୀ ଅବତରଣ । ରାସ୍ତା ମଝିରେ ଲ୍ୟାଣ୍ଡିଂ କଲା ହେଲିକପ୍ଟର । ରାସ୍ତାର ଉଭୟ ପାଶ୍ୱର୍ରେ ଅଟକିଲା ଗାଡି ମୋଟର । ସୂଚନା ଅନୁଯାୟୀ, କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ, ପାଇଲଟ ହେଲିକପ୍ଟରକୁ ରାଜପଥରେ ହିଁ ଅବତରଣ କରିଥିଲେ। ଅବତରଣ ସମୟରେ କୌଣସି ମୃତାହତ ଥିବା ଖବର ନଥିବାବେଳେ କିନ୍ତୁ ଏକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ହେଲିକପ୍ଟରରେ ୨ଜଣ ପାଇଲଟଙ୍କ ସମେତ ଅନ୍ୟ ୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ସୂଚନା ପାଇବା ମାତ୍ରେ ପୋଲିସ ଦଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିବା ସହିତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଥିଲେ ।
Views: 18