The Ultimate Managed Hosting Platform
ADVERTISEMENT

ଯୁବତୀଙ୍କୁ ଛୁରାମାଡ଼ କରି ଦୁଇ ଜଣ ଅଭିଯୁକ୍ତ ଫେରାର

Facebook
Twitter
LinkedIn

ନୂଆପଡ଼ା: ଯୁବତୀଙ୍କୁ ଛୁରାମାଡ଼ କରି ଦୁଇ ଅଭିଯୁକ୍ତ ଫେରାର । ଏପରି ଘଟଣା ଘଟିଛି ନୂଆପଡ଼ା ଇନ୍ଦିରାନଗରପଡ଼ାରେ । ଛୁରାମାଡ଼ର ଶୀକାର ହୋଇଥିବା ଯୁବତୀ ହେଉଛନ୍ତି ପୁଷ୍ପାଞ୍ଜଳି ଅଦା । ପୁଷ୍ପାଞ୍ଜଳିଙ୍କ ଗାଲରେ ଛୁରିର ଆଘାତ ଲାଗିଛି । ତେବେ ଗୁରୁତର ଯୁବତୀଙ୍କୁ ଏବେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ନୁଆପଡ଼ା ପୋଲିସ ପହଞ୍ଚି ଘଟଣାର ତଦନ୍ତ ପ୍ରକି୍ରୟା ଜାରୀ କରିଛି । ସୂଚନା ଅନୁଯାୟୀ, ନିଜ ଘର ଆଗରେ ଯୁବତୀ ଜଣକ ଛିଡ଼ା ହୋଇଥିବା ବେଳେ ଗୋଟିଏ ବାଇକରେ ଦୁଇଜଣ ଯୁବକ ଆସି ଯୁବତୀଙ୍କୁ ତୁମ ଭାଇ କେଉଁଠି ଅଛନ୍ତି ବୋଲି ପଚାରିଥିଲେ । ଏହା ଶୁଣି କଣ କାମ ଅଛି କୁହ ବୋଲି ପୁଷ୍ପାଞ୍ଜଳି ପଚାରିଥିଲେ। ପରେ ବାଇକ ଚାଳକ ଟିକେ ଆଗକୁ ଯାଇଥିଲେ ଏବଂ ପଛରେ ବସିଥିବା ଯୁବକ ହଠାତ ଗାଡିରୁ ଓହ୍ଲାଇ ପୁଷ୍ପାଞ୍ଜଳିଙ୍କ ତଣ୍ଟିରେ ଛୁରା ମାରିବା ସମୟରେ ପୁଷ୍ପାଞ୍ଜଳି ଘୁଞ୍ଚିଯିବାରୁ ଛୁରି ତାଙ୍କ ଗାଲରେ ବାଜି ଯାଇଥିଲା । ଛୁରାମାଡ଼ ପରେ ଉଭୟ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଯୁବତୀଙ୍କ ଚିତ୍କାର ଶୁଣି ପରିବାର ଓ ପାଖ ପଡୋଶି ଯୁବତୀଙ୍କୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏନେଇ ପୋଲିସକୁ ଘଟଣା ବିଷୟରେ ଜଣାଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ପ୍ରକି୍ରୟା ଆରମ୍ଭ କରିଛି । ତେବେ ଦୁଇ ଯୁବକ ମାସ୍କ ପିନ୍ଧିଥିବାରୁ ଗୁରୁତର ଯୁବତୀ ସେମାନଙ୍କୁ ଚିହ୍ନି ନଥିବା କହିଛନ୍ତି। ସେଥିପାଇଁ ଏବେ ବି ଆକ୍ରମଣର କାରଣ ଜଣା ପଡିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ଝାଡଖଣ୍ଡ : ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ...

ADVERTISEMENT
ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁର ସରକାରୀ...

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର : ୨୦୨୩ ବର୍ଷର ସର୍ବାଧିକ ଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିବା ନିଶ୍ଚିତ ରୂପେ ଗର୍ବ ଓ...

Login