ବାଙ୍କୀ : ଶୋଇଥିବା ବେଳେ ଘର ଉପରକୁ ବୋମା ମାଡ । ବାଙ୍କୀ ସହଙ୍ଗା ଗୋପାଳପୁର ଗାଁରେ ୩ଟି ବୋମାମାଡ । ବୋମା ମାଡରେ ଭାଙ୍ଗିଲା ଘରର ଝରକା କବାଟ । ବୋମାମାଡ ଯୋଗୁଁ ଘରେ ଧୂଆଁମୟ ପରିବେଶ । ଅଳ୍ପକେ ବର୍ତ୍ତିଛନ୍ତି ପରିବାର ସଦସ୍ୟ । ଦୁର୍ବୃତ୍ତ ଜଣକ ସହଙ୍ଗା ଗୋପାଳପୁର ଗାଁର ବୋଲି ଅଭିଯୋଗ ହୋଇଛି । ଏନେଇ ଗୋଲକଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ବାଙ୍କୀ ଆଇଆଇସି ଓ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି ।
Views: 19