ଭୁବନେଶ୍ୱର ; ଆଗାମୀ ୪ଦିନ ପାଇଁ ରାଜ୍ୟକୁ ୱାର୍ଣ୍ଣିଂ । ବିଜୁଳି ଘଡଘଡିର ଭୟ । ଜାରି ହେଲା ୟେଲୋ ୱାର୍ଣ୍ଣିଂ । ବିଜୁଳି ଘଡଘଡି ସହ ପବନର ବେଗ ୩୦ରୁ ୪୦କିଲୋମିଟର ରହିପାରେ । ଆସନ୍ତାକାଲି ଅର୍ଥାତ ୭ ତାରିଖରେ ରାଜ୍ୟରେ ବିକ୍ଷିପ୍ତ ଭାବରେ ବିଜୁଳି ଘଡଘଡିର ଆଶଙ୍କା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପବନର ମଧ୍ୟ ସମ୍ଭାବନା ରହିଛି ।
ଏହାପରେ ୮ତାରିଖକୁ ଉତ୍ତର ଓଡିଶାର ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ଏହାର ପ୍ରଭାବ ପରିଲକ୍ଷିତ ହେବ ।
Views: 11