ନୂଆଦିଲ୍ଲୀ : ପଦାରେ ପଡିଲା ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କଙ୍କ କଳି । କଡା ଶବ୍ଦରେ ଦୁହେଁ ଦୁହିଁଙ୍କୁ ସମାଲୋଚନା । ଟ୍ରମ୍ପ ପ୍ରଶାସନର ନୀତିକୁ ଏଲନ ମସ୍କଙ୍କ ତୀବ୍ର ନିନ୍ଦା । ମସ୍କ ବହୁତ ନିରାଶ କରିଛନ୍ତି କହି ବର୍ଷିଲେ ଟ୍ରମ୍ପ । ମୋ ବିନା ଟ୍ରମ୍ପ ନିର୍ବାଚନ ଜିତି ପାରି ନ ଥାନ୍ତେ । ଦାୟିତ୍ୱରୁ ଓହରି କିଛି ଲୋକ ଶତ୍ରୁ ହୋଇଯାଆନ୍ତି । ସୂଚନାନୁଯାୟୀ, କିଛି ଦିନ ପୂର୍ବରୁ ଟିକସ ବିଲର ବିବାଦକୁ ନେଇ ଏଲନ ମସ୍କଙ୍କୁ ଏପରି ଜବାବ୍ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଆମ ବଜେଟରୁ କୋଟି କୋଟି ଡଲାର ଟଙ୍କାର ସରକାରୀ ସବସିଡି ଏବଂ ଚୁକ୍ତିନାମାକୁ ବନ୍ଦ କରିଦେବା । ଯାହା ଅଯଥା ଖର୍ଚ୍ଚରୁ ବଞ୍ଚାବାର ସହଜ ଉପାୟ । ଏହା ପରେ ମସ୍କ ମଧ୍ୟ ଟ୍ରମ୍ପଙ୍କୁ କଡା ସମାଲୋଚନା କରିବାକୁ ଯାଇ ସ୍ପେସଏକ୍ସରେ କହିଛନ୍ତି ଯେ, ବର୍ତ୍ତମାନ ଏହାର ’ଡ୍ରାଗନ’ ଡିସମିସ୍ କରିବା ଆରମ୍ଭ କରିଦେବ । ଏହା ସହିତ ଟ୍ରମ୍ପଙ୍କର ଯାହା ଇଚ୍ଛା ହେଉ ମଧ୍ୟ କହିଛନ୍ତି ମସ୍କ । ଏହାରି ମଧ୍ୟରେ ୱାଲ ଷ୍ଟ୍ରିଟରେ ମସ୍କଙ୍କ କମ୍ପାନୀ ଟେସ୍ଲା ସେୟାରରେ ଉପରେ ଭାରି ପ୍ରଭାବ ପଡିଥିଲା । ଟେସ୍ଲା ସେୟାରରେ ୧୪.୩%ରେ କମ୍ପାନୀ ହ୍ରାସ ପାଇଥିଲାବେଳେ ମାର୍କେଟରେ ୧୫୦ ବିଲିୟନ ଡଲାରର ଝଟକା ଲାଗିଥିଲା । ଯାହା ଟେସ୍ଲାର ସବୁଠାରୁ ବଡ କ୍ଷତିର ଏକ ଇତିହାସ । ଅନ୍ୟପଟେ ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ପାଇଁ ପ୍ରାୟ ୨୯୦ ମିଲିୟନ ଡଲାର ଖର୍ଚ୍ଚ କରି ତାଙ୍କ ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଦେଷ୍ଟା ଭୂମିକା ଗ୍ରହଣ କରିଥିଲେ ମସ୍କ । ଏବେ ଟ୍ରମ୍ପଙ୍କ ନୀତି ଏବଂ ପ୍ରଶାସନ ନିଷ୍ପତ୍ତିକୁ ସାର୍ବଜନିକ ଭାବେ ସେ ସମାଲୋଚନା କରୁଛନ୍ତି ।
ପଦାରେ ପଡିଲା ଟ୍ରମ୍ପ-ମସ୍କଙ୍କ କଳି, କଡା ଶବ୍ଦରେ ଦୁହେଁ ଦୁହିଁଙ୍କୁ କଲେ ସମାଲୋଚନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











