ଭୁବନେଶ୍ୱର : ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ସାମିଲ ହେବେ । ଜୁନ ୧୧ କିମ୍ବା ୧୨ ତାରିଖରେ ଓଡିଶା ଆସିବେ । ପ୍ରଧାନମନ୍ତ୍ରୀ ଓଡିଶା ଆସିବା ନେଇ ପିଏମଓ ପକ୍ଷରୁ ସୂଚନା । ବର୍ଷ ପୂର୍ତ୍ତିକୁ ଉତ୍ସବ ଭାବେ ନୁହେଁ ଉତ୍ତରଦାୟୀ କାର୍ୟ୍ୟକ୍ରମ ଭାବେ ପାଳନ କରିବେ ରାଜ୍ୟ ସରକାର । ରିପୋର୍ଟ କାର୍ଡ ଧରି ରାଜ୍ୟର ଏକ କୋଟି ପରିବାର ପାଖରେ ପହଞ୍ଚିବେ ସରକାର । ଜୁନ ୧୨ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି କାର୍ୟ୍ୟକ୍ରମ । ରାଜ୍ୟ, ଜିଲ୍ଲାଠୁ ନେଇ ବ୍ଲକ ଓ ପଞ୍ଚାୟତ ପୌର ସଂସ୍ଥା ଗୁଡ଼ିକରେ କାର୍ୟ୍ୟକ୍ରମ କରାଯିବ । ବର୍ଷକ ମଧ୍ୟରେ ୧୧ ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛୁ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ।
Views: 33