ଭୁବନେଶ୍ୱର : ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀଙ୍କୁ ଜେରା । ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ପଚରାଉଚରା । ରାଉରକେଲା ରଘୁନାଥପାଲି ଥାନାରେ ନିକିତାଙ୍କୁ ପଚରାଉଚରା । ନିକିତା ଅଗ୍ରୱାଲଙ୍କ ନାଁରେ ରହିଛି ଗୋଟିଏ ବାରୁଗ ଗୋଦାମ । ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି ଶବଚ୍ଚ ଅଗ୍ରୱାଲ ।
ରାଉରକେଲାର ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ଜବତ୍ ଦୁଇଟି ଏକ୍ସପ୍ଲୋସିଭ ଭ୍ୟାନ ସମ୍ପର୍କରେ ତଦନ୍ତକୁ ଜୋରଦାର କରିଛି ରାଉରକେଲା ପୋଲିସ୍ । ଗୋଟିଏ ଭ୍ୟାନର ଟ୍ରାନଜିଟ ପରମିଟ ନଥିବା ବେଳେ ଆଉ ଗୋଟିଏର ବନ୍ଦ ପଡିଥିବା ଶୁଭମ୍ ଏଗ୍ରିଗେଟ ନାମରେ ଜାଲ ଡକ୍ୟୁମେଣ୍ଟରେ ଏକ୍ସପ୍ଲୋସିଭ ଚାଲାଣ କରୁଥିବା ଜଣାପଡିଛି । ଏନେଇ ଡ୍ରାଇଭର ଏବଂ ମାଲିକ ଶ୍ରବଣ ଅଗ୍ରୱାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସଆଇଟି ଅଧକ୍ଷ ହରେକୃଷ୍ଣ ମାଝି ।
Views: 37